ଭୁବନେଶ୍ୱର : ସମ୍ବଲପୁର ଲୋକସଭା ନିର୍ବାଚନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ନିର୍ବାଚନ ପିଟିସନ୍କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ ଗୁରୁତର ତ୍ରୁଟି ଓ ଅଭିଯୋଗର ସତ୍ୟତା ପ୍ରମାଣିତ କରିବାରେ ଆବେଦନକାରୀ ବିଫଳ ହେବାରୁ କୋର୍ଟ ଆବେଦନକୁ ଖାରଜ କରାଯାଇଛି।ସୂଚନା ମୁତାବକ, ୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ମଣ୍ଡଳୀରେ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ଲାଭ କରିଥିଲେ। ସେହି ଲୋକସଭା ଆସନରୁ ପରାଜିତ ହୋଇଥିବା ପ୍ରାର୍ଥୀ ଡ. ସୁବାସ ମହାପାତ୍ର ଧର୍ମେନ୍ଦ୍ରଙ୍କ ନୋମିନେଶନ୍କୁ ନେଇ ତ୍ରୁଟି ଦର୍ଶାଇଥିଲେ। ଏହାପରେ ତାଙ୍କ ନିର୍ବାଚନକୁ ଖାରଜ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ପ୍ରଧାନ ତାଙ୍କ ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦାଖଲ କରିଛନ୍ତି। ଏଥିସହିତ ସେ ବେଆଇନ ପଦ୍ଧତିରେ ମଧ୍ୟ ଭୋଟ ହାତେଇଥିବାରୁ ତାଙ୍କ ନିର୍ବାଚନକୁ ଖାରଜ କରିବାକୁ ସେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ଡ. ସୁବାସଙ୍କ ନିର୍ବାଚନୀ ମକଦ୍ଦମାରେ ସତ୍ୟତା ନ ଥିବା ଦର୍ଶାଇ ଏହାକୁ ପ୍ରାଥମିକ ପର୍ଯ୍ୟାୟରୁ ଶୁଣାଣି ନ କରି ଖାରଜ କରିବାକୁ କେନ୍ଦ୍ର ମନ୍ତ୍ରୀ ହାଇକୋର୍ଟରେ ଆବେଦନ କରିଥିଲେ।
Comments are closed, but trackbacks and pingbacks are open.