କଟକ:ହାଇକୋର୍ଟ ବାର ଆସୋସିଏସନ ବୋମା ଧମକର ତଦନ୍ତ କରିବାକୁ ଦାବି କରିଛନ୍ତି । ଯେଉଁମାନେ ଏପରି ହୀନ କାର୍ଯ୍ୟରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ ଆସୋସିଏସନ ତରଫରୁ ଦାବି ହୋଇଛି । ଜଜ, ଓକିଲ ଏବଂ ମହକିଲଙ୍କ ସୁରକ୍ଷାକୁ ନଜରରେ ରଖି କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ଅଭିଜିତ ପଟ୍ଟନାୟକ ଦାବି କରିଛନ୍ତି । ସୂଚନା ଅନୁଯାଇ ରାଜ୍ୟର ୩ଟି କୋର୍ଟ ପରିସରରେ ବୋମା ରହିଛି ବୋଲି ଗୁରୁବାର ଇ-ମେଲ୍ ଆସିଥିଲା। କଟକ ଜିଲ୍ଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ମିଳିଥିଲା। ବେନାମୀ ଇମେଲ ଜରିଆରେ ଧମକ ଆସିବା ପରେ ପୋଲିସ ଏହାକୁ ଗୁରୁତର ସହ ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଯାଞ୍ଚ ଜୋରଦାର କରାଯାଇଥିଲା।
Comments are closed, but trackbacks and pingbacks are open.