ଶପଥ ନେଲେ ହାଇକୋର୍ଟର ନୂଆ ବିଚାରପତି

98

କଟକ: ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। କର୍ନାଟକ ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଶ୍ରୀପଦ। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ବେଙ୍ଗାଲୁରୁ ଆଇନ ମହାବିଦ୍ୟାଳୟରେ ଆଇନ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତ ନିମନ୍ତେ ସେ ନିର୍ବାଚନୀ ମାମଲା ପରିଚାଳନା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଓକିଲ ଭାବେ ମଧ୍ୟ ମାମଲା ପରିଚାଳନା କରିଥିଲେ । ଜୁଲାଇ ୧୯୮୯ରୁ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୪ ବର୍ଷ ଧରି ସେ କର୍ନାଟକ ଓ ମାଡ୍ରାସ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ରୂପେ ନିଯୁକ୍ତି ପାଇଥିଲେ। କର୍ନାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ରୂପେ ସେ ୧୪ ଫେବୃଆରୀ ୨୦୧୮ରେ ନିଯୁକ୍ତି ପାଇଥିଲେ। ୭ ଜାନୁଆରୀ ୨୦୨୦ରେ ଜଷ୍ଟିସ୍‌ ଶ୍ରୀପଦ କର୍ନାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ।

ଆଜିର ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୋଲିସ କମିଶନର, କଟକ ଡିସିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଇନଜୀବୀମାନେ ଉପସ୍ଥିତ ଥିଲେ। ଜଷ୍ଟିସ ଶ୍ରୀପଦ କାର୍ଯ୍ୟରେ ଯୋଗ ଦେବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ ରେ ପହଞ୍ଚିଛି।

Comments are closed, but trackbacks and pingbacks are open.