ହାଇଟେକ ଟ୍ରାଜେଡି ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ
ଭୁବନେଶ୍ୱର : ବିବାହକୁ ୨ ବର୍ଷ ନପୂରୁଣୁ ସ୍ୱାମୀଙ୍କ ପଛେ ପଛେ ଚାଲିଗଲେ ସ୍ତ୍ରୀ I ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ I ଏମିିତି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହରିରାଜପୁର ଅଂଚଳରେ । ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁକୁ ସହ୍ୟ କରି ପରି ନଥିଲେ ନବ ବିବାହିତା ପତ୍ନୀ I ନୂଆଗାଁ ସ୍ଥିତ ନିଜ ବାପା ଘରେ ପଙ୍ଖାର ଝୁଲି ଆତ୍ମହତ୍ୟା କରିଥିଲେ ପତ୍ନୀ ସୁନା ସାମନ୍ତରାୟ I
ଘଟନାନୁସାରେ,ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ ଘରୋଇ ହସ୍ପିଟାଲରେ ହୋଇଥିଲା ସିଲିଣ୍ଡର ବିସ୍ଫୋରଣ I ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ କମ୍ପ୍ରେସରରେ ସମସ୍ୟା ଯୋଗୁଁ ତାହା ଫାଟି ଯାଇଥିଲା । ବିସ୍ପୋରଣରେ ୪ଜଣ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଟଣୀ ଅଂଚଳର ଦିଲ୍ଲୀପ ସାମନ୍ତରାୟଙ୍କର ଚିକିିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିଲା I ଏ ନେଇ ମଂଚେଶ୍ୱର ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଛେଦ ପରେ ଦିଲ୍ଲୀପଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଏଥିରେ ଭାଙ୍ଗିପଡିଥିଲେ ପତ୍ନୀ ସୁନା I ରବିବାର ଦିନ ସଂଧ୍ୟରେ ସୁନାଙ୍କୁ ବାପଘର ଲୋକେ ତାଙ୍କୁ ଘରକୁ ନେଇଯାଇଥିଲେ I ସୁନା ନୂଆଗାଁ ସ୍ଥିତ ନିଜ ବାପା ଘରେ ଥିବାବେଳେ ବେକରେ ରଶି ଲଗାଇ ଝୁଲିପଡି ଆତ୍ମହତ୍ୟା କରିଛନ୍ତି । ଖବରପାଇ ଜଟଣୀ ଥାନା ପୋଲିସ ଝୁଲନ୍ତା ଅବସ୍ଥାରେ ସୁନାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଜତିଥିଲେ I ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I
ସୂଚନା ଅନୁସାରେ ମାତ୍ର ଦୁଇ ବର୍ଷ ତଳେ ଦିଲ୍ଲୀପଙ୍କର ବିବାହ ହୋଇଥିଲା । ତେବେ ସ୍ୱାମୀଙ୍କ ପଛେ ପଛେ ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Comments are closed, but trackbacks and pingbacks are open.