ଚେହେରାର ଚମକ ପାଇଁ ଘରେ ବନାନ୍ତୁ ଏହି ସଲ୍ୟୁସନ

1,933

ଯଦି ଆପଣଙ୍କ ଚେହେରାରେ ପିଗମେଣ୍ଟେସନ,ଡଲନେସ କିମ୍ବା ରିଂକଲ ଦେଖା ଯାଉଛି ,ତେବେ ଚିନ୍ତା କରନ୍ତୁ ନାହିଁ I ପାର୍ଲର ଯାଇ ଅଯଥା ଖର୍ଚ୍ଚାନ୍ତ ନ ହୋଇ ଘରେ ବନାନ୍ତୁ ଏକ ବଢିଆ ସଲ୍ୟୁସନ I ଦିନ କେଇଟାରେ ଆପଣଙ୍କ ଚେହେରାର ଫରକ ଦେଖି ହୋଇଯିବେ ଆଚମ୍ବିତ I ଏହି ସଲ୍ୟୁସନ କୁ ଆପଣ ସପ୍ତାହକୁ ମାତ୍ର ୩ ଥର ବ୍ୟବହାର କରିବେ I ଏଥିପାଇଁ ଆପଣଙ୍କୁ ମୋଟେ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ଘରେ ହାତ ପାହାନ୍ତାରେ ସବୁ ମିଳିଯିବ I

ସାମଗ୍ରୀ : ୨ ଚାମଚ ନଡ଼ିଆ ତେଲ,୧ ଚାମଚ ଗ୍ଲିସେରିନ,୧ ଚାମଚ ମହୁ ,୧ ଚାମଚ ଗୋଲାପ ଜଳ,୧ ଟା ଭିଟାମିନ ‘ଇ’ କ୍ୟାପ୍ସୁଲ I

ଉପରୋକ୍ତ ସାମଗ୍ରୀକୁ ଏକ କାଚ ପାତ୍ର ରେ ଭଲ ଭାବରେ ଫେଣ୍ଟି ଏୟାର ଟାଇଟ କରି ରଖନ୍ତୁ I ସପ୍ତାହକୁ ୩ ଦିନ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ହାତରେ ନେଇ ମୁହଁରେ ଭଲ ଭାବରେ ଲଗାନ୍ତୁ I ଯେଉଁ ଅଂଶରେ ପିଗମେଣ୍ଟେସନ ,ରିଂକଲ ବା ସନଟାନ ରହିଛି ସେହିଠାରେ ହାତର ଅନାମିକା ଆଙ୍ଗୁଳିରେ ହାଲୁକା ମସାଜ କରନ୍ତୁ I ଏହାକୁ ମୁହଁରେ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ମୁହଁକୁ ଧୋଇ ଶୁଅନ୍ତୁ I କିନ୍ତୁ ଏହି ମିଶ୍ରଣଙ୍କୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବରେ ପରିସ୍କାର କରି ଧୋଇ ନେବେ I ନଚେତ ଲୋମ କୂପ ମୂଳକୁ ମିଶ୍ରଣ ପହଁଚିବ ନାହିଁ I ଯଦି ଆପଣଙ୍କ ବୟସ ୩୦ ବର୍ଷ ଉପରେ ହୋଇଥିବା ରାତିରେ ଶୋଇବା ପୂର୍ବରୁ ଗୋଟିଏ ଭିଟାମିନ ‘ଇ’ କ୍ୟାପ୍ସୁଲ ଖାଇ ପାରିବେ I ଏହି ମିଶ୍ରଣ ଲଗାଇବା ପରେ ଚେହେରାର ଫରକ ଦେଖି ଆପଣ ବି ଆଚମ୍ବିତ ହୋଇଯିବେ I

Comments are closed, but trackbacks and pingbacks are open.