ଘରର ଆର୍ଥିକ ପରିସ୍ଥିତି ସୁଧାରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

36

ବାସ୍ତୁ ଶାସ୍ତ୍ରକୁ ବହୁତ ପ୍ରଭାବଶାଳୀ ବୋଲି ଧରାଯାଇଥାଏ I ଗୃହସ୍ଥ ମାନେ ନିଜ ନିଜ ଘରର ସାଜ୍ଜସଜା ବାସ୍ତୁ ଅନୁସାରେ କରିଥାନ୍ତି I କାରଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଜୀବନରେ ସୁଖ ସୁବିଧା ମିଳୁ । ଯେଉଁଥିପାଇଁ ବ୍ୟକ୍ତି ଦିନ ରାତି ପରିଶ୍ରମ କରିଥାଏ । ହେଲେ ଯେତେବେଳେ ପୂର୍ଣ୍ଣ ପରିଶ୍ରମ କରିବା ପରେ ବି ଫଳ ମଳେନା, ବ୍ୟକ୍ତି ହତୋତ୍ସାହିତ ହୋଇଥାନ୍ତି । ଘର ପରିବାରରେ ବାସ୍ତୁ ଦୋଷ ଥିଲେ ଭାଗ୍ୟ ସାଥ ଦେଇ ନଥାଏ । ଫଳରେ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ବାସ୍ତୁର କିଛି ଏମିତି ଉପାୟ କହିବୁ ଯାହାକୁ ଆପଣାଇ ଜୀବନର ଉନ୍ନତି କରିପାରିବେ । ଆସନ୍ତୁ ଜାଣିବା କ’ଣ ସେହି ଉପାୟ-

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂର୍ବ ବା ଉତ୍ତର ଦିଗରେ ତୁଳସୀର ଗଛ ଲଗାଇବା ଦ୍ୱାରା ଶୁଭ ହୋଇଥାଏ । ଏହାଦ୍ୱାରା ମାନସିକ, ଶାରୀରିକ ଓ ଆର୍ଥିକ ଅସୁବିଧା ଦୂର ହୋଇଥାଏ ।

-କ୍ୟାରିଅରରେ ଉନ୍ନତି ଚାହାଁନ୍ତି ତ ଘରର ଉତ୍ତର-ପୂର୍ବ ବା ଇଷାନ କୋଣକୁ ସଫା ରଖନ୍ତୁ । ଏହି ଜାଗାରେ ଧଳା ରଂଗର କ୍ରିଷ୍ଟାଲ ରଖନ୍ତୁ, ଲାଭ ମିଳିବ ।

– ସୁଖ ସମୃଦ୍ଧିର କାରକ ଗ୍ରହ ବୃହସ୍ପତିକୁ ମଜବୁତ କରିବା ପାଇଁ ପୋଛା ପାଣିରେ ଚିମୁଟିଏ ହଳଦୀ ପକାଇ ପୋଛା ଲଗାନ୍ତୁ। କୁହାଯାଏ ଏପରି କରିବା ଦ୍ୱାରା ବ୍ୟବସାୟରେ ଲାଭ ହୋଇଥାଏ ।

-ଉତ୍ତର ଦିଗ ଧନ ଦେବତା କୁବେରଙ୍କ ଦିଗ ବୋଲି ମନାଯାଏ । ତେଣୁ ଏହି ଦିଗରେ ତେଜୋରି ଏମିତି ରଖନ୍ତୁ ଯେପରି ଆଲମିରାର ଦରବାଜା ଯେପରି ସର୍ବଦା ଉତ୍ତର ଦିଗକୁ ଖୋଲିବ । ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ ।

– ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ସୂର୍ଯ୍ୟ ମନ୍ତ୍ର ଲଗାଇବା ଶୁଭ ହୋଇଥାଏ । ଏହାଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହୋଇ ଘରେ ଧନ-ଧାନ୍ୟର କେବେ କମ ହୋଇ ନଥାଏ ।

-ଝାଡୁ,ପୋଛା କୁ ସବୁବେଳେ ନଜର ଆଢୁଆଳରେ ତଥା ପଶ୍ଚିମ କୋଣରେ ରଖନ୍ତୁ I ଘରକୁ ଯିବା ଆସିବା ଲୋକଙ୍କ ନଜରରେ ଯଦି ଝାଡୁ ପୋଛା ପଡେ ତେବେ ପଇସା ପାଣି ଭଳି ଖର୍ଚ ହୋଇଥାଏ I

-ଘରର ବାଥରୁମ ରେ ଗୋଟେ ଗିନାରେ ସମୁଦ୍ର ଲୁଣ (ମୋଟା ଲୁଣ ) ରଖନ୍ତୁ, ମଝିରେ ମଝିରେ ଏହାକୁ ବଦଳାନ୍ତୁ I ଆର୍ଥିକ ସ୍ଥିତିରେ ସୁଧାର ଆସିବ I

-ରୋଷେଇ ଘରେ ଛୁରୀ କଇଁଚିକୁ ଲୁଚାଇ ରଖନ୍ତୁ ଏହା ମଧ୍ୟ ଦାରିଦ୍ର୍ୟତା ବଢିବା ର ଆଉ ଏକ କାରଣ I ସେହିପରି ଘରର ଡ଼ଷ୍ଟବିନ କୁ କବାଟ ପଛପଟେ ରଖନ୍ତୁ ନାହିଁ I

Comments are closed, but trackbacks and pingbacks are open.