ଭୁବନେଶ୍ୱର: ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଛି ଉତ୍ତେଜନା । ଏହି ମହାଯୁଦ୍ଧରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି। ଏନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସର୍ଯ୍ୟବଂଶୀ ସୂରଜ ତାଙ୍କ ଏକ୍ସରେ ପୋଷ୍ଟ କରଛନ୍ତି। ଓଡ଼ିଶା ପରିବାର, ଗୃହ ବିଭାଗ ଓ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ ବୈଠକ ପରେ ନଂ ଜାରି ହୋଇଛି। ଉକ୍ତ ନଂ ହେଲା ବୈଦେଶିକ ମନ୍ତ୍ରାଳୟ-୮୦୦୪୬୩୪୨, ହ୍ବାଟ୍ସଆପ-୯୭୧୫୪୩୦୯୦୫୭୧, ଓଡ଼ିଶା ପରିବାର ସ୍ବତନ୍ତ୍ର ଅଧିକାରୀ- ୯୫୮୩୩୨୧୯୬୪ଙ୍କୁ ସମ୍ପର୍କ କରିପାରିବେ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ। ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ପରିସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଏକ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର ଜାରି କରାଯାଇଛି। ଏଥି ସହ ପରିସ୍ଥିତି ଉପରେ ନଜର ମଧ୍ୟ ରଖାଯାଇଛି।
Comments are closed, but trackbacks and pingbacks are open.