ରାଜ୍ୟ ରେ ଶୁଭିଲାଣି ମରୁଡ଼ିର ପଦ ଧ୍ୱନି

26

ଗତବର୍ଷ ତୁଳନା ରେ ଚଳିତ ବର୍ଷ ସାରା ରାଜ୍ୟରେ ସ୍ୱଳ୍ପବର୍ଷା କାରଣ ରୁ, ଶୁଭିଲାଣି ମରୁଡ଼ିର ପଦ ଧ୍ୱନି I ଶ୍ରାବଣ ମାସରେ ଜମି ଶୁଖି ଫାଟି ଆଁ କରିଛି Iଏହା ସହିତ ସଠିକ ଜଳସେଚନ ବ୍ୟବସ୍ଥାନ ଥିବାରୁ ଚାଷୀକୁଳ ହତାଶ ହେଲେଣି । ୩୦ ଜିଲ୍ଲାର ପ୍ରାୟ ୧୫ଟି ବ୍ଳକ ଅଧିକ ପ୍ରଭାବିତ ହୋଇଛି । ସମ୍ଭାବ୍ୟ ମରୁଡି ର ମୁକାବିଲା କିପରି ହେବ, ଏ ନେଇ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛି ମୁଖ୍ୟ ଶାସନ ସଚିବ ।
ଏଥିପାଇଁ ରାଜ୍ୟ ବିଜେପି ର ଏକ ୪ ଜଣିଆ ଟିମ ଗଠନ କରି ତୁରନ୍ତ ମରୁଡି ପ୍ରବଣ ଅଂଚଳ କୁ ଯିବା ବୋଲି କହିଛି I ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ୪ଟି କମିଟି ଗଠନ କରାଯାଇଛି ରାଜ୍ୟ ସରକାର ଟାସ୍କ ଫୋର୍ସ କରିବାକୁ ଦାବି କରିଛି ଦଳ । ତୁରନ୍ତ ଚାଷୀଙ୍କୁ ଯୋଗାଇ ଦେବା ସହ ସଚିବମାନଙ୍କୁ ପଠାଇ ତୁରନ୍ତ ସମୀକ୍ଷା କରି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ବିଜେପି I
ସେପଟେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡିର ଲକ୍ଷାଧିକ ଚାଷୀ ଫସଲବୀମା ଯୋଜନା ଦ୍ବାରା ପ୍ରଭାବିତ ହୋଇଛନ୍ତି । ୨୦୨୦ ସୁଦ୍ଧା ବୀମା କମ୍ପାନୀ ଗୁଡ଼ିକ ରାଜ୍ୟରୁ ୬ ହଜାର ୧୬୩ କୋଟି ଟଙ୍କା ଆଦାୟ କରିଥିବା ବେଳେ ଚାଷୀଙ୍କୁ ଦେଇଛନ୍ତି ୫ ହଜାର ୯୮ କୋଟି । ଫଳରେ ବୀମା ବୀମା କମ୍ପାନୀ ହଜାରେ କୋଟିରୁ ଅଧିକ ଟଙ୍କାର ଲାଭ କରିଥିବା ବିଜେଡି କହିଛି ।
୨୦୧୮ରୁ ଓଡ଼ିଶାର ଚାଷୀମାନେ ୨ହଜାର ୯୦କୋଟି ଟଙ୍କା ବୀମା ଦାବି କରିଥିଲେ ମଧ୍ୟ ଏହାର ୫୦ ପ୍ରତିଶତ ଲୋକଙ୍କୁ ବୀମା ଟଙ୍କା ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଆନ୍ଧ୍ର, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ବିହାର ଭଳି ୬ଟି ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରୁ ଓହରି ଗଲେଣି । ଏବେ ସମୟ ଆସିଛି କେନ୍ଦ୍ର ସରକାର ଏସବୁ ଦିଗ ଉପରେ ଦୄଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ । ଚାଷୀଙ୍କ ହକ ପାଇଁ ଆମେ ଆମର ଲଢେ଼ଇ ଜାରି ରଖିବୁ କହିଲେ ସସ୍ମିତ ପାତ୍ର ।
ଓଡିଶା ର ଭାତ ହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ସଂଗୀନ, ତା ସହିତ ଉପକୂଳ ଓଡ଼ିଶାର ମଧ୍ୟ ସମାନ ଅବସ୍ଥା ରହିଛି ଇସାରା ରାଜ୍ୟ ର ଚାଷୀ କୁଳ ଶ୍ରାବଣ ବର୍ଷାକୁ ଅପେକ୍ଷା କରି ଥାନ୍ତି ,ତା’ଉପରେ ବିଲମାନଙ୍କ ରେ ଧାନ ଚାଷ କାର୍ଯ୍ୟ ନିର୍ଭର କରିଥାଏ । ସ୍ୱଳ୍ପ ବର୍ଷା ଯୋଗୁଁ ବିଲରେ ଧାନ ତଳି ଶୁଖି ଗଲାଣି । ନିକଟରେ ବର୍ଷା ନହେଲେ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି । କିପରି ଏହାର ମୁକାବିଲା କରାଯିବ, ଏ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ଜଳସେଚିତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ମନରେଗାରେ ୨୦ ଲକ୍ଷ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମରୁଡି ର ସ୍ଥିତି ପରଖିବାକୁ ଓୟୁଏଟି ର ଏକ ଟିମ ପରିଦର୍ଶନ ରେ ଯିବ I

Leave A Reply

Your email address will not be published.