ଆଜି ସୁପ୍ରିମକୋର୍ଟରେ ୨୩୦ ପିଆଇଏଲର ଶୁଣାଣି

22

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ସୋମବାର ସୁପ୍ରିମକୋର୍ଟରେ ୨୩୦ଟି ଜନସ୍ୱାର୍ଥ ମାମଲା (ପିଆଇଏଳ)ର ଶୁଣାଣି କରାଯିବ । ଏଥିମଧ୍ୟରୁ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୨୦୬ଟି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି । ପୁନଶ୍ଚ ଜଷ୍ଟିସ ଲଳିତଙ୍କ ଖଣ୍ଡପୀଠରେ ଲିଷ୍ଟ୍ କରାଯାଇଥିବା ମାମଲା ମଧ୍ୟରେ ୧୮୫ଟି ମାମଲା ‘୨୦୧୯ ନାକରିକତ୍ୱ ସଂଶୋଧନ ଆଇନ’ ପ୍ରତିବାଦରେ ଆଗତ କରାଯାଇଛି । ଅନ୍ୟ ମାମଲା ମଧ୍ୟରେ ପାରିବାରିକ ହିଂସା ଆଇନ, କର୍ମସ୍ଥଳୀରେ ଯୌନ ନିର୍ଯାତନା ଆଇନ ଇତ୍ୟାଦି ସାମିଲ ରହିଛି । ଜଷ୍ଟିସ ଲଳିତ ଅଗଷ୍ଟ ୨୭ରେ ପ୍ରଧାନ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସୁପ୍ରିମକୋର୍ଟରେ ଅଧିକରୁ ଅଧିକ ମାମଲାର ଶୁଣାଣି ଉପରେ ସେ ଗୁରୁତ୍ୱାରୋପ କରୁଛନ୍ତି ।

Comments are closed, but trackbacks and pingbacks are open.