ଭୁବନେଶ୍ବର: ଯାଜପୁର ଜିଲ୍ଲାର ଧର୍ମଶାଳାରେ ଦୁଇ ଦିନରେ ୧୫୦ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅ ଏକ ଡାକ୍ତରୀ ଟିମ୍ ରୋଗୀଙ୍କ ପାଖରେ ପହଞ୍ଚିଛି ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଧର୍ମଶାଳା ଅଞ୍ଚଳରେ ଅନେକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ବେଳେ କେତେଜଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବେଳେ ଅନେକ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏହି ଅଞ୍ଚଳର ପାଖର ପଞ୍ଚାୟତରୁ ରୋଗୀଙ୍କ ସଂଖ୍ୟା ବଢ଼ି ଥିବା ବେଳେ ଏକ ଟିମ୍ ବୁଧବାର ମଧ୍ୟାହ୍ନରେ ଯାଇ ରୋଗୀଙ୍କ ପାଖରେ ପହଞ୍ଚିଛନ୍ତି। ସେମାନଙ୍କ ସାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବା ସହ କିପରି ହେଲା ସେ ବିଷୟରେ ଯାଞ୍ଚ କରି ବୁଝୁଛନ୍ତି। ଗାଁରେ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ସହ ଆଲୋଚନା କରିବା ସହ ସଚେତନ କିପରି ରହିବେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି। ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।
Comments are closed, but trackbacks and pingbacks are open.