କୋଭିଡ୍ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ : ପରାମର୍ଶ ମାନି ମାସ୍କ ପିନ୍ଧି ସୁରକ୍ଷିତ ରୁହନ୍ତୁ

17

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ, ତାକୁ ନେଇ ଭୟ କରିବାର କାରଣ ନାହିଁ । ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି । ତେଣୁ ବିଶେଷଜ୍ଞମାନଙ୍କ ପରାମର୍ଶରେ ରାଜ୍ୟ ସରକାର କୌଣସି ପ୍ରକାରର କଟକଣା ଜାରି କରିବେ ନାହିଁ । କେବଳ ଜନଗହଳିପୂର୍ଣ୍ଣ ଅଂଚଳକୁ ଯିବାବେଳେ ଲୋକେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ।

ରାଜ୍ୟରେ ୩ ମାସ ହେଲା କୋଭିଡ୍‌ କମିଛି। ବର୍ତ୍ତମାନ କଟକଣା ଲାଗିବାର ନାହିଁ। ମାସ୍କ ନ ପିନ୍ଧିଲେ ଫାଇନ୍‌ ନାହିଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ସରକାର। ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି, ଓଡିଶାରେ ଦୈନିକ ୫ରୁ ୭ ଜଣ ସଂକ୍ରମିତ ହେଉଛନ୍ତି। ଓଡ଼ିଶାରେ ପିଜିଟିଭିଟି ହାର ୦. ୦୪ ପ୍ରତିଶତ ଥିବା ବେଳେ ଭାରତରେ ଏହା ୦.୩ ପ୍ରତିଶତ ରହିଛି । ପ୍ରତି ୧୦ ଲକ୍ଷ ଜନ ସଂଖ୍ୟାରେ ୧୩୧ ଟେଷ୍ଟିଂ ହେଉଛି । ଯେତେ ଟେଷ୍ଟିଂ ହେଉଛି ଅଧାରୁ ଅଧିକ ଆରଟିପିସିଆର ଟେଷ୍ଟ । ରାଜ୍ୟରେ ଦୈନିକ ୬ରୁ ୭ ହଜାର ଟେଷ୍ଟିଂ ହେଉଛି। ସେଥିରୁ ମାତ୍ର ୫ରୁ ୭ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ କୌଣସି କୋଭିଡ କଟକଣା ନାହିଁ । ଆମ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକା ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।

ଚୀନରେ ସଂକ୍ରମଣ ବଢୁଥିଲେ ମଧ୍ୟ ଭାରତ ଓ ଓଡ଼ିଶାରେ ଏହା ଚିନ୍ତାର କାରଣ ନୁହଁ ବୋଲି ସେ କହିଛନ୍ତି। ତଥାପି କୋଭିଡ୍‌ ମୁକାବିଲା ଲାଗି ସବୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ କିଟ୍‌, ଔଷଧ ଓ ଅକ୍ସିଜନ ମହଜୁଦ ଥିବା ସେ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.