ବାଲେଶ୍ବର ଏଫଏମ କଲେଜ ପିଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରୀ ଦଳ ସହ କଥା ହେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

142

ଭୁବନେଶ୍ଵର: ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ବାଲେଶ୍ବର ଏଫଏମ କଲେଜ ପିଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରୀ ଦଳ ସହ ଆଲୋଚନା କରିଛନ୍ତି। ପିଡିତାଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାଲାଗି ଏମ୍ସ ତରଫରୁ ୮ ଜଣିଆ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଛାତ୍ରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀମାନେ ପିଡିତାଙ୍କ ପିତାଙ୍କ ସହ ମଧ୍ୟ କଥା ହୋଇଛନ୍ତି।

Comments are closed, but trackbacks and pingbacks are open.