ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ

1,223

ଭୁବନେଶ୍ୱର : ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଉଭୟ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ ଜିଲ୍ଲାରେ ଟିକାକରଣ, ଟେଲିମେଡିସିନ୍‌ ଏବଂ ବହିର୍ବିଭାଗ ସ୍ୱାସ୍ଥ୍ୟସେବା ସୁବିଧା ବାବଦରେ ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଥିଲେ ।

ମନ୍ତ୍ରୀ ଶ୍ରୀ ପୂଜାରୀ ମାଲକାନଗିରିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଅବସରରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସହ ବାର୍ତ୍ତାଳାପ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ମନ୍ତ୍ରୀ ଗାନ୍ଧୀପାଲିସ୍ଥିତ ସ୍ୱାସ୍ଥ୍ୟ ଓ ଉପଶମ କେନ୍ଦ୍ର (ଏଚ୍‌ଡବ୍ଲୁସି) ଓ ଚାଲାନଗୁଡ଼ାସ୍ଥିତ ଏଚ୍‌ଡବ୍ଲୁସି ପରିଦର୍ଶନ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ପାଣ୍ଡରୀପାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମା’ଗୃହ ପରିଦର୍ଶନ କରି ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ ।

ଏହା ପରେ ମନ୍ତ୍ରୀ ଶ୍ରୀ ପୂଜାରୀ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଓ ଅଗ୍ରଗତି ନେଇ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଏନ୍‌ଏଚ୍‌ଏମ୍‌ର ଏମ୍‌ଡି, ମାଲକାନଗିରି ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.