ରାୟଗଡାରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ,ନିୟମିତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ନିର୍ଦ୍ଦେଶ

21

ହଇଜା ପ୍ରଭାବିତ ଅଂଚଳ ରାୟଗଡ଼ା ଜିଲ୍ଲା କାଶୀପୁର ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ I ସେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ପ୍ରଭାବିତ ଗ୍ରାମ ପରିଦର୍ଶନ କରିବା ସହ ପରିସ୍ଥିତି ସମ୍ପର୍କରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ ଅଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ହଇଜା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସହିତ ଆକ୍ରାନ୍ତ ଓ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ସେହିପରି ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ମୋବାଇଲ ହେଲଥ ଟିମ ମୃତୟନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ପାଇଁ ୮ଟି ମୋବାଇଲ ହେଲଥ ଟିମ ଗାଁ ଗାଁକୁ ବୁଲି ଚିକିତ୍ସା ସେବା ଯୋଗାଉଥିବା ବେଳେ କଲେରା ନିୟନ୍ତ୍ରଣକୁ ଆସିବା ପରେ ମଧ୍ୟ ୨ଟି ମୋବାଇଲ ଟିମ ପ୍ରଭାବିତ ଅଞ୍ଚଳକୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, କାଶୀପୁର ବ୍ଲକ୍‍ର ବିଭିନ୍ନ ଗ୍ରାମରେ ହଇଜା ବ୍ୟାପିବା ଯୋଗୁଁ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି । ବର୍ତ୍ତମାନ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୫୬ ଜଣ ଚିକିତ୍ସିତ ହେଉଛନ୍ତି I

Comments are closed, but trackbacks and pingbacks are open.