କୋଭିଡ ଟିକା ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

28

ଭୁବନେଶ୍ୱର : ରାଜ୍ୟରେ ଟିକାକରଣକୁ ବ୍ୟାପକ କରିବା ପାଇଁ ଆବଶ୍ୟକ ଭ୍ୟାକସିନ ଯୋଗାଇ ଦେବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଚିଠିରେ ମନ୍ତ୍ରୀ ଶ୍ରୀ ଦାଶ ଦର୍ଶାଇଛନ୍ତି ଯେ, କୋଭିଡ୍ ଓମିକ୍ରନ୍‌ର ନୂଆ ବା ସବ୍ ଭାରିଏଣ୍ଟ ବିଏଫ୍‌-୭ ଏବେ ପୃଥିବୀର ବିଭିନ୍ନ ଦେଶ ଯଥା ଚୀନ୍‌, ଜାପାନ, ୟୁଏସ୍‌ଏ, ବ୍ରାଜିଲ୍‌, କୋରିଆରେ କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହି ପ୍ରଜାତି ଚିହ୍ନଟ ହେବା ଅତି ଉଦ୍‌ବେଗର ବିଷୟ । ରାଜ୍ୟରେ ୧୨ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୮.୧୪ କୋଟି ପ୍ରଥମ ଡୋଜ୍‌, ୩.୩୦ କୋଟି ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଥିବା ବେଳେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୧.୩୧ କୋଟି ପ୍ରିକସନ୍ ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରିକସନ୍ ଡୋଜ୍ ୪୧ ପ୍ରତିଶତ ଲୋକଙ୍କୁ ଦିଆଯାଇଛି । ଏବେ ରାଜ୍ୟରେ କୌଣସି ଭ୍ୟାକସିନ ମହଜୁଦ ନାହିଁ । ତେବେ ବିଭିନ୍ନ ବର୍ଗର ନାଗରିକଙ୍କର ଆବଶ୍ୟକତା ଦୃଷ୍ଟିରୁ ଟିକାକରଣରୁ ବଞ୍ଚିତ ୧.୯୩ କୋଟି ଲୋକଙ୍କୁ ଦିଆଯିବାକୁ ଥିବା ପ୍ରିକସନ ଡୋଜ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଟୀକାକରଣରୁ ବଞ୍ôଚତ ଲୋକମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆବଶ୍ୟକ ଟୀକା ରାଜ୍ୟର ବିଭିନ୍ନ ସରକାରୀ ଟୀକାକରଣ କେନ୍ଦ୍ରଗୁଡିକୁ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ର ଚିଠିରେ ଦର୍ଶାଇଛନ୍ତି ।

Comments are closed, but trackbacks and pingbacks are open.