ଭୁବନେଶ୍ବର: ରାଜ୍ୟରେ ଶିଶୁ ଚାଲାଣ ରୋକିବା ପାଇଁ ତତ୍ପରତା ପ୍ରକାଶ ପାଇଥିବା ବେଳେ ପୁଣି ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ବିହାରରୁ ଯାଜପୁର ଆସୁଥିବା ୧୩ ଜଣ ନାବାଳକଙ୍କୁ ଚାଇଲ୍ଡ ହେଲ୍ପ ଲାଇନ୍ ଏବଂ ରେଳବାଇ ପୋଲିସ (RPF) ସହାୟତାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ନାବାଳକମାନେ ବିହାରରୁ ଟ୍ରେନ୍ ଯୋଗେ ଯାଜପୁରର ଏକ ମଦ୍ରାସାକୁ ପଢ଼ିବା ପାଇଁ ଆସୁଥିଲେ। ଭଦ୍ରକ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ୍ କର୍ମକର୍ତ୍ତାମାନେ ଏବାବଦରେ ଖବର ପାଇବା ପରେ ସେମାନଙ୍କୁ ଭଦ୍ରକରୁ ପିଛା କରିଥିଲେ ଏବଂ ଶେଷରେ ଯାଜପୁର ରୋଡ୍ ଷ୍ଟେସନ ନିକଟରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ୧୩ ନାବାଳକଙ୍କ ବୟସ ୬ ରୁ ୧୬ ବର୍ଷ ମଧ୍ୟରେ। ରେଳବାଇ ପୋଲିସର ସହାୟତାରେ ଜିଲ୍ଲା ସଂଯୋଜକ ଏହି ଅପରେସନକୁ ସଫଳ କରିଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ଟ୍ରେନ୍ ଯୋଗେ ବାହାର ରାଜ୍ୟରୁ ଶିଶୁମାନେ ଓଡ଼ିଶା ଆସିବା ଘଟଣା ବୃଦ୍ଧି ପାଇଛି।
Comments are closed, but trackbacks and pingbacks are open.