ପ୍ରକୃତିର ମହାତାଣ୍ଡବ ୧୯୯୯ ମହାବାତ୍ୟା

42

ପ୍ରକୃତରେ ତାହା ଥିଲା ପ୍ରକୃତିର ମହାତାଣ୍ଡବ I ୧୯୯୯ ମସିହାରେ ଧରାପୃଷ୍ଠରେ ପ୍ରକୃତି ରଚିଥିଲା ତାର ମହାତାଣ୍ଡବ ସଦୃଶ ମହାକାଳ ରୂପ I ଯିଏ ସେହି ରୁପକୁ ଆଖିରେ ନ ଦେଖିଛି, ଅଙ୍ଗେ ନ ଲିଭାଇଛି ସେ ଏହାକୁ ଅନୁଭବ କରିପାରିବ ନାହିଁ I ୧୯୯୯ ମହାବାତ୍ୟା ର ମହାତାଣ୍ଡବରେ ଓଡିଶା ର ୧୪ ଟି ଜିଲ୍ଲା(ଜଗତସିଂପୁର ,କେନ୍ଦ୍ରାପଡା ,ଯାଜପୁର ,ପୁରୀ ,ଖୋର୍ଦ୍ଧା ,କଟକ ) ଇତ୍ୟାଦି ରେ ପ୍ରାୟ ୨୫୭୫ ,୦୦୦ ଘର ଧ୍ବଂସ ହେବା ସହିତ ୧.୬୭ ମିଲିୟନ ଲୋକ ଗୃହ ଶୂନ୍ୟ ହୋଇଥିଲେ ଏବଂ ୧୯.୫ ମିଲିୟନ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ I ସରକାରୀ ଗଣନା ଅନୁଯାୟୀ ୯,୮୦୩ ଲୋକ ପ୍ରାଣ ହରାଇବା ସହିତ ୪୦ ଜଣ ଲୋକ ନିଖୋଜ ହୋଇଥିଲେ I
ସେହି ସମୟ ର ମହାବାତ୍ୟାର କରାଳ ମର୍ମସ୍ପର୍ଶୀ ରୂପକୁ ନିଜ କ୍ୟାମେରାରେ ସଫଳ ଭାବରେ ରୁପାଙ୍କିତ କରି ଅତି ଶୀଘ୍ର ଗଣମାଧ୍ୟମ ନିକଟରେ ପହଞ୍ଚାଇବାର ମାଧ୍ୟମ ଥିଲେ ବରିଷ୍ଠ ଫୋଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା I ସେତେବେଳରେ ଗମନାଗମନ ର ସୁବିଧା ଆଜି ଭଳି ଏତେ ସହଜ ନ ଥିଲା Iପୁଣି ବାତ୍ୟା ଅଂଚଳକୁ ଯିବା ଅତ୍ୟନ୍ତ କାଠିକର ପାଠ ହୋଇ ପଡିଥିଲା I ମାତ୍ର ସବୁପ୍ରକାର ପ୍ରତିକୂଳ ପାଗ ସତ୍ୱେ ନିଜ ବୃତି ନିଭାଇବା ତଥା କ୍ଷତିଗ୍ରସ୍ତ ଲୋକଙ୍କ ଦୁର୍ଦଶାକୁ ଖବରକାଗଜ ମାଧ୍ୟମ ରେ ସରକାର ଙ୍କ ପାଖରେ ପହଂଚାଇବା ଲକ୍ଷ୍ୟରେ ସେ ବାତ୍ୟା ସ୍ଥଳ ଅଭିମୁଖେ ସେ ବାହାରି ଯାଉଥିଲେ I ଏହି ସମୟରେ କେତେବେଳେ ଉଦ୍ଧାରକାରୀ ଦଳର ପ୍ରତିରକ୍ଷା ବିମାନ ,ହେଲିକେପ୍ଟର ଓ କେତେବେଳେ ଦୀର୍ଘପଥ ପାଦରେ ଚାଲିଚାଲି ଦୁର୍ଗମ ସ୍ଥଳରେ ପହଂଚି ହଜାର ହଜାର ଫୋଟଚିତ୍ର ଆଣି ଗଣମାଧ୍ୟମ ନିକଟରେ ପହଂଚାଇପାରିଥିଲେ I ଆଜି ଭଳି ସେତେବେଳେ ବୈଦ୍ୟୁତିକ ଗଣମାଧ୍ୟମ ବା ଇଣ୍ଟରନେଟ ର ପ୍ରଚଳନ ନ ଥିଲା କହିଲେ ଚଳେ କେବଳ ଖବରକାଗଜ ରୁ ଖବର ଜାଣିବାପାଇଁ ଲୋକେ ନିର୍ଭର କରୁଥିଲେ ଏବଂ ଫୋଟଚିତ୍ରରୁ ପ୍ରକୃତିର ତାଣ୍ଡବ କୁ ଅନୁଭବ କରୁଥିଲେ I ମହାବାତ୍ୟା ର ସେହି ମର୍ମସ୍ପର୍ଶୀ ଅନୁଭବ ର କାହାଣୀ କୁ ଅଶୋକ ପଣ୍ଡା ନିଜ କ୍ୟାମେରା ମାଧ୍ୟମରେ ଜୀବନ୍ତ ଭାବରେ ତୋଳି ଧରି ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିପାରିଥିଲେ I ଅନେକ ପ୍ରତିକୂଳ ପାଗ ସତ୍ୱେ ତଥାପି ଅଶୋକ ପଣ୍ଡା ଅତ୍ୟନ୍ତ ସାହସିକତାର ସହିତ ଦୁର୍ଗମ ଅଂଚଳରେ ପହଂଚି ଫୋଟଚିତ୍ର ଆଣିପାରିଥିଲେ I ସେହି ଫୋଟୋଗୁଡିକରୁ ଜଣାପଡିଥିଲା ଯେ ସଂଘଟିତ ମହାବାତ୍ୟା କେତେ ଭୟଙ୍କର ରୂପ ନେଇଥିଲା I ଅଶୋକ ପଣ୍ଡାଙ୍କ ଫଟୋଚିତ୍ର ରେ ଖାଲି ମହାବାତ୍ୟା ଘଟଣା ନୁହେଁ ସେଥିରେ ଥିଲା ଉଦ୍ଧାର କାର୍ଯ୍ୟ ,ରିଲିଫ ବଣ୍ଟନ ,ଦୁର୍ଗତ ଲୋକମାନଙ୍କ ପୁନଃ ଥଇଥାନ ଭଳି ଅନେକ ଅଗ୍ରଗତି ମୂଳକ କଥାକୁହା ଚିତ୍ରସବୁ I

Leave A Reply

Your email address will not be published.