ବାପାଙ୍କ ପଛେ ପଛେ ଚାଲିଗଲେ ଅକ୍ଲାନ୍ତ

23

ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨୬ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅକ୍ଲାନ୍ତଙ୍କର ଲିଭର ଜନିତ ସମସ୍ୟା ରୋଗାଗ୍ରସ୍ତ ଥିଲେ ।

ସେଥିପାଇଁ ସେ ଏକ ମାସ ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା । ହେଲେ ହଠାତ୍ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତ୍ୱର ହେବାରେ ଲାଗିଥିଲା । ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଗତକାଲି ରାତିରେ ତାଙ୍କୁ କଟକ ଅଣାଯାଇଥିଲା । ଆଜି ସକାଳେ କଟକ ସତୀଚଉରା ଶ୍ମଶାନରେ ଅକ୍ଲାନ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଅକ୍ଲାନ୍ତଙ୍କ ବଡ଼ ଭାଇ ଅମ୍ଲାନ ତାଙ୍କର ମୁଖାଗ୍ନି ଦେଇଥିଲେ ।

୨୦୨୨ ମସିହା ଜାନୁଆରୀ ମାସ ୧୧ ତାରିଖରେ ମିହିର ଦାଶଙ୍କ ପରଲୋକ ହୋଇଥିଲା । ମିହିର ଦାଶଙ୍କ ମୃତ୍ୟୁର ବର୍ଷେ ପରେ ତାଙ୍କ ପୁଅ ଅକ୍ଲାନ୍ତଙ୍କ ମୃତ୍ୟୁ ଘଟିଛି । ଅକ୍ଲାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Comments are closed, but trackbacks and pingbacks are open.