HDFC ବଢ଼ାଇଲା ସୁଧ ହାର ,ଗୃହ ଋଣ ହେଲା ମହଙ୍ଗା

32

ହାଉସିଙ୍ଗ ଲୋନ୍‌ ଦେଉଥିବା ବହୁ ଲୋକପ୍ରିୟ କମ୍ପାନୀ ଏଚଡିଏଫସି ଲିମିଟେଡ ନିଜର ଗ୍ରାହକଙ୍କୁ ଦେଇଛି ଝଟକା। ଏଚଡିଏଫସି ଲିମିଟେଡ୍‌ ହାଉସିଙ୍ଗ ଲୋନ ଉପରେ ରିଟେଲ ପ୍ରାଇମ ଲୋଡିଙ୍ଗ ରେଟ୍‌ ଅର୍ଥାତ୍‌ ଆରପିଏଲଆରରେ ଶନିବାର ଦିନ ୦.୩୦ ପ୍ରତିଶତ ବୃଦ୍ଧିକରିବାକୁ ଘୋଷଣା କରିଛି। ଯାହାପରେ ବର୍ତ୍ତମାନର ଏବଂ ନୂଆ ଦର ଉଭୟରେ ଗ୍ରାହକଙ୍କ ପାଇଁ ସୁଧ ଦର ମହଙ୍ଗା ହୋଇଯିବ।
HDFC ଏହି ପଦକ୍ଷେପ ବୁଧବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟରେ କରାଯାଇଥିବା ୦.୪୦ ପ୍ରତିଶତ ବୃଦ୍ଧି ପରେ ଉଠାଇଛି। ଏହାପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ଅନ୍ୟ ଋଣଦାତା ସଂସ୍ଥା ମଧ୍ୟ ବୃଦ୍ଧି କରିସାରିଛନ୍ତି।

ମେ ୯ ରୁ କାର୍ଯ୍ୟକାରୀ ହେବ ନୂଆ ଦର
କମ୍ପାନୀ ଜଣାଇଛି ଯେ ଏଚଡିଏଫସି ହାଉସିଙ୍ଗ ଲୋନ୍‌ ଉପରେ ନିଜର ଆଇପିଏଲଆରରେ ୩୦ ବେସିସ ପଏଣ୍ଟ ବୃଦ୍ଧି କରିଛି। ଆଉ ଏହି ଦରବୃଦ୍ଧି ମେ ୯ ତାରିଖରୁ କାର୍ଯ୍ୟକାରୀ ହେବ।

ନୂଆ ଋଣକର୍ତ୍ତାଙ୍କ ପାଇଁ ସଂଶୋଧିତ ଦର ତାଙ୍କ ଖାତା ଏବଂ ଋଣ ରାଶି ଆଧାରରେ ୭ ପ୍ରତିଶତ ଠାରୁ ନେଇ ୭.୪୫ ପ୍ରତିଶତ ମଧ୍ୟରେ ରହିଛି। ଏହାର ବର୍ତ୍ତମାନର ଦର ୬.୭୦ ପ୍ରତିଶତ ଠାରୁ ନେଇ ୭.୧୫ ପ୍ରତିଶତ ରହିଛି। ଯଦି ଏଚଡିଏଫସିର ବର୍ତ୍ତମାନର ଗ୍ରାହକଙ୍କ କଥା କହିବା ତାହେଲେ ତାଙ୍କ ପାଇଁ ସୁଧ ଦରରେ ୦.୩୦ ପ୍ରତିଶତ ବୃଦ୍ଧି ହେବ।

HDFC ମେ ମାସର ଆରମ୍ଭରେ ନିଜର ବେଞ୍ଚମାର୍କ ଲୋଡିଙ୍ଗ ରେଟରେ ୦.୦୫ ପ୍ରତିଶତ ବୃଦ୍ଧି କରିଥିଲା, ଯେଉଁଥିରେ ମହଜୁଦ ଋଣଧାରୀଙ୍କ ପାଇଁ କରଜର ଇଏମଆଇ ମହଙ୍ଗା ହୋଇଥିଲା।

HDFCର ବର୍ତ୍ତମାନର ଗ୍ରାହକଙ୍କୁ ଦିଆଯାଇଥିବା ଋଣର ନୂଆ ଦାମ୍‌ ନିର୍ଦ୍ଧାରଣ କରିବା ପାଇଁ ତିନି ମାସର ଚକ୍ର ପାଳନ କରିଥାଏ। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଋଣର ଆରମ୍ଭରେ ଦିଆଯାଇଥବା ତାରିଖ ଆଧାରରେ ବୃଦ୍ଧି ହୋଇଥିବା ଲ୍ୟାଣ୍ଡିଙ୍ଗ ରେଟ ଆଧାରରେ ସଂଶୋଧିତ କରାଯିବ।

Comments are closed, but trackbacks and pingbacks are open.