ନାଟମଣ୍ଡପ ମରାମତି ମାମଲା, ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

98

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲା । ଆସନ୍ତା ଜାନୁଆରୀ ୧୮ ତାରିଖ ସୁଦ୍ଧା ନାଟମଣ୍ଡପ ବିମ୍ ମରାମତି କାମର ଅଗ୍ରଗତି ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଆମିକସ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି ।

ଏଥିରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ । ନାଟମଣ୍ଡପ ବିମରେ ଲାଗିବାକୁ ଥିବା ଆସେସ ବକ୍ସର ଡିଜାଇନ ପ୍ରସ୍ତୁତ କରାଯିବ । ଏହି ବିମ୍ ର ଡିଜାଇନ ଦେବ ଆଇଆଇଟି ମାଡ୍ରାସ । ଏନେଇ ୧୯ ଡିସେମ୍ବର ରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ ହେବ ।

ସୂଚନା ମୁତାବକ, ପୂର୍ବରୁ ନାଟମଣ୍ଡପ ବିମ୍ ରେ ଫାଟ ସୃଷ୍ଟି ହୋଇଥିବା ପ୍ରସଙ୍ଗରେ ଏଏସଆଇ ପକ୍ଷରୁ କୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା । ଯାହାର ତୁରନ୍ତ ମରାମତି କରିବାର ଆବଶ୍ୟକତା ଥିବା ନେଇ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଆବେଦନକାରୀ । ଅକ୍ଟୋବର ୧୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପୂର୍ବରୁ ଏଏସଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ବୈଠକରେ ଡିଜାଇନ ଏବଂ ମରାମତି କାର୍ଯ୍ୟପ୍ରଣାଳୀ ଚୂଡାନ୍ତ ହେବ ବୋଲି ଅମିକସ କ୍ୟୁରୀଙ୍କ ରିପୋର୍ଟରେ ଦର୍ଶାଯାଇଛି ।

Comments are closed, but trackbacks and pingbacks are open.