ସ୍ୱପ୍ନର ମାଟି ଘରକୁ ନେଇ ଏବେ ଚର୍ଚ୍ଚାରେ ପ୍ରତାପ

39

ନିଜର ସରଳ ଜୀବନ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଦିଲ୍ଲୀ ସ୍ଥିତ ନିଜ ସରକାରୀ କ୍ୱାଟରରେ ମାଟି ଘର କରିଛନ୍ତି ପ୍ରତାପ । ନିଜ ଖର୍ଚ୍ଚରେ ସେ ଏହି ଘର ନିର୍ମାଣ କରିଛନ୍ତି । ପରିବେଶ ଅନୁକୂଳ ରହିଛି ଏହି ଘର । ଘରେ ଦୁଇଟି ବେଡରୁମ୍ ସହ ଗୋଟିଏ ବୈଠକ କୋଠରୀ ରହିଛି । ଏମିତିକି ଘରେ ପାଇଖାନା ସହ ଗାଧୁଆ ଘର ବି ଅଛି । ଘରେ ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡା ନିର୍ମାଣ କରାଯାଇଛି ।

ଘରର କାନ୍ଥରେ ବିଭିନ୍ନ ଦେବାଦେବୀଙ୍କ ସହ ଗଛ, ଲତା, ଯୋଗମୁଦ୍ରାର ଚିତ୍ର ଅଙ୍କା ଯାଇଛି । ମାଟି, ଗୋବର, ଗୋମୂତ୍ର, ନିମ୍ବପତ୍ର, ବାଲିର ବ୍ୟବହାରରେ ଏହି ଘର ତିଆରି ହୋଇଛି । ଘରର ଛପର ପାଇଁ ବାଉଁଶ, କାଠ ନଡା ବ୍ୟବହାର କରାଯାଇଛି । ମାଟିଘର ପାଇଁ ହରିୟାଣାରୁ ଏହି ଆବଶ୍ୟକ ସାମଗ୍ରୀ ଅଣାଯାଇଛି । ତେବେ କ୍ୱାର୍ଟରରେ ତାଙ୍କର ଅତିଥି ରହିବାକୁ ଜାଗା ନଥିଲା । ତେଣୁ ସେ ଘର କରିବାକୁ ଚାହୁଁଥିଲେ । ବିଭାଗୀୟ ଅଧିକାରୀଙ୍କୁ କହି ଘର କରିବା ସମୟ ସାପେକ୍ଷ ହୋଇଥିବାରୁ ମାଟିରେ ଘର କରିବାକୁ ମନସ୍ଥ କରିଥିଲେ । ହରିୟାଣାର ଜଣେ ବ୍ୟକ୍ତି ଏହି ମାଟିଘର ନିର୍ମାଣ କରିଛନ୍ତି ।

ଏହି ଘରଟି କରିବାକୁ ତାଙ୍କୁ ୬ ମାସ ସମୟ ଲାଗିଛି । ତେବେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ସେ ଗାଁରେ ମାଟି ଘରେ ରୁହନ୍ତି । କୋଠା ଘରେ ବିନା ଏସିରେ ରହିବା କଷ୍ଟ, କିନ୍ତୁ ମାଟି ଘରେ ଏସିର ଆବଶ୍ୟକତା ନାହିଁ । ଏହା ଅଳ୍ପ ଖର୍ଚ୍ଚରେ ହୋଇପାରିବ । ମାଟି ଘର ଭାଙ୍ଗିଗଲେ, ସେହି ମାଟିରେ ଆଉ ଥରେ ଘର ତିଆରି କରିହେବ ।

Comments are closed, but trackbacks and pingbacks are open.