ଆଇବ୍ରୋରେ ରୁପି ସମସ୍ୟା ହେଉଥିଲେ…

33

ମୁହଁକୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ ଆଇବ୍ରୋ । ତେବେ ଆଇବ୍ରୋର ଉପଯୁକ୍ତ ଯତ୍ନ ନେବା ପରେ ବି ଏଥିରେ ରୁପି ସମସ୍ୟା ଦେଖା ଦିଏ । ଏହି ସମସ୍ୟାର ସମାଧାନ କିଭଳି କରି ହେବ ସେ ସମ୍ପର୍କରେ ଜାଣିବା…

  • ଆଇବ୍ରୋରେ ଟି-ଟ୍ରି ଅଏଲ୍ ଲଗାଇ ୧୫-୨୦ ମିନିଟ୍ ମସାଜ କରନ୍ତୁ । ଏହା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ସପ୍ତାହକୁ ୨-୩ଥର କରିବା ଦ୍ୱାରା ଆଇବ୍ରୋର ରୂପି ସମସ୍ୟା ଦୂର ହୁଏ ।
  • ଆଇବ୍ରୋ ରୂପି ଯୋଗୁଁ ଚକ୍ଷୁରେ ଯନ୍ତ୍ରଣା ଅନୁଭବ ହୁଏ । ସେଥିପାଇଁ ଏଥିରେ ଉଷୁମ ପାଣି ବ୍ୟବହାର କରିପାରିବେ । ଉଷୁମ ପାଣିରେ କପଡ଼ା ବୁଡ଼ାଇ ତାହାକୁ ଆଇବ୍ରୋରେ ଥାପନ୍ତୁ । ରୂପି ସମସ୍ୟା ଦୂର ସହ ଆଖିକୁ ଆରାମ ମିଳିଥାଏ ।
  • ବାଦାମ ତେଲକୁ ଉଷୁମ କରି ଆଇବ୍ରୋରେ ଲଗାଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଲେମ୍ବୁ ରସ ମଧ୍ୟ ତ୍ୱଚାର ଫଙ୍ଗାଲ ଇନଫେକସନ ଦୂର କରେ । ଲେମ୍ବୁ ରସରେ ଅଳ୍ପ ପାଣି ମିଶାଇ ତାହାକୁ ଆଇବ୍ରୋରେ ଲଗାନ୍ତୁ । ୧୫ ମିନିଟ୍ ପରେ ସଫା କରି ଦିଅନ୍ତୁ ।

Comments are closed, but trackbacks and pingbacks are open.