ଆପ୍ ବିଧାୟକ ହରମିତ ସିଂ ପୋଲିସ ହେପାଜତରୁ ଫେରାର

84

ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ, ପଞ୍ଜାବର ଆପ ବିଧାୟକ ହରମିତ୍ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ସେ ଅଗଷ୍ଟ ୨୫ ତାରିଖରେ ଭିଡିଓ ଲିକ୍ କରିବା ଏବଂ ତାଙ୍କୁ ହତ୍ୟା ଧମକ ଦେବାର ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଗିରଫ କରିବାକୁ ଯାଇଥିଲା କିନ୍ତୁ ଖବର ଜାଣିବା ମାତ୍ରେ ପଠାଣମାଜରା ପଞ୍ଜାବରୁ ହରିୟାଣା ପଳାଇ ସେଠାରେ ଲୁଚି ରହିଥିଲେ ।ପୋଲିସ ହରିୟାଣାରେ ଚଢାଉ କରି ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ପୋଲିସ ଷ୍ଟେସନକୁ ନେଉଥିବା ବେଳେ ପଠାଣମାଜରା ଏବଂ ତାଙ୍କ ସହଯୋଗୀମାନେ ରାସ୍ତାରେ ପୋଲିସ ଉପରେ ଗୁଳି ଚଳାଇଥିଲେ । ଆପ୍ ବିଧାୟକ ହରମିତ ସିଂ ଏବଂ ତାଙ୍କ ସାଥି ଫେରାର ହେବା ସମୟରେ ପୋଲିସକୁ ଗୁଳିମାରିବା ସହିତ ଅନ୍ୟ ଜଣକୁ ଗାଡ଼ି ଚଢାଇ ଦେଇଛନ୍ତି । ଘଟଣାରେ ଜଣେ ପୋଲିସ ଆହତ ହୋଇଛନ୍ତି । ବିଧାୟକ ଏବଂ ତାଙ୍କ ସାଥି ଦୁଇଟି ଗାଡି ନେଇ ଫେରାର ହୋଇଯାଇଛନ୍ତି । ଗୋଟିଏ ଗାଡ଼ିକୁ ପୋଲିସ ଜବତ କରିଥିବା ବେଳେ ଅନ୍ୟ ଗାଡ଼ିରେ ବିଧାୟକ ଫେରାର ଅଛନ୍ତି । ପୋଲିସ ଟିମ୍ ବିଧାୟକଙ୍କୁ ଖୋଜୁଛି ।

Comments are closed, but trackbacks and pingbacks are open.