ଉତ୍ତରାଖଣ୍ଡ ରାଜନୀତି ରୁ ସନ୍ୟାସ ନେଇ ପାରନ୍ତି ହରିଶ ରାୱତ,ଟ୍ୱିଟ କରି ଦେଲେ ସୂଚନା

15

ଦିନ କୁ ଦିନ କଂଗ୍ରେସ କନ୍ଦଳ ବଢିଚାଲିଛି I ପଞ୍ଜାବ ,ରାଜସ୍ଥାନ ପରେ ଏବେ ଏବେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଉତ୍ତରାଖଣ୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିଜ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ସେ ଜାନୁଆରୀ ୫ ତାରିଖରେ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିପାରନ୍ତି ।

ହରିଶ ରାୱତଙ୍କ ଅସନ୍ତୋଷ କଂଗ୍ରେସ ର ଚିନ୍ତା ବଢ଼ାଇ ଦେଇଛି I ନିକଟତର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଗାମୀ ଦିନରେ ସେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ ନିଷ୍ପତ୍ତି ନେଇ ପାରିନ୍ତି । ସୂତ୍ର ସୂଚନା ମୁତାବକ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନକୁ ନେଇ ସେ ଦଳ ଉପରେ ଅସନ୍ତୋଷ ଅଛନ୍ତି । ତେଣୁ ତାଙ୍କ ଅସନ୍ତୋଷ କୁ ନେଇ ଜଲ୍ଦି ସମାଧାନ କରିବାକୁ ହାଇକମାଣ୍ଡ ନିର୍ଦେଶ ଦେଇଛନ୍ତି I

Leave A Reply

Your email address will not be published.