ହରିଦ୍ୱାର ‘ହେଟ ସ୍ପିଚ’ ମାମଲା: ଗିରଫ ହେଲେ,ଜୁନା ଆଖଡ଼ାର ଗୁରୁ ୟେତି ନରସିଂହାନନ୍ଦ

0 22

ହରିଦ୍ୱାର ଠାରେ ଘୃଣା ସୃଷ୍ଟିକାରୀ ( Hate speech)ବକ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା ପରେ ଉତ୍ତରାଖଣ୍ଡ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ସନ୍ଧ୍ୟାରେ ଧର୍ମ ସଂସଦର ‘ହେଟା ସ୍ପିଚ’ ମାମଲାରେ କୋର କମିଟିର ସଦସ୍ୟ ମହାମଣ୍ଡଳେଶ୍ଵର ୟେତି ନରସିଂହାନନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଛି Iଏହି ଗିରଫଦାରୀ ପରେ ସନ୍ଥଙ୍କ ମହଲରେ ଆକ୍ରୋଶର ମାହୋଲ ରହିଛି। ତେବେ ଏହାପୂର୍ବରୁ ଗୁରୁବାର ଦିନ ଏହି ସମାନ ମାମଲାରେ ୱାସିମ ରିଜଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ୱାସିମ ରିଜଭିଙ୍କ ଙ୍କୁ ଜେଲରୁ ମୁକୁଳାଇବା ଦାବିରେ ୟେତି ନରସିଂହାନନ୍ଦ ମହାରାଜ ସରବାନନ୍ଦ ଘାଟରେ ଉପବାସ କରୁଥିଲେ।ଗିରଫଦାରୀର କିଛି ସମୟ ପୂର୍ବରୁ ଧର୍ମ ସଂସଦ କୋର କମିଟି ଶାମ୍ଭବୀ ଆଶ୍ରମରେ ବୈଠକ କରି ୩ ଦିନ ଧରି ଅନଶନ କରୁଥିବା ୟତି ନରସିଂହାନନ୍ଦ ଏବଂ ଅମୃତାନନ୍ଦ ଅନଶନ ଶେଷ କରିବାକୁ ରାଜି ହୋଇଥିଲେ। ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ଯେ, ସତ୍ୟାଗ୍ରହ ଜାରି ରହିବ। ମାତ୍ ପୋଲିସ ଜାନୁଆରୀ ୧୭ରେ ସର୍ବାନନ୍ଦ ଘାଟରେ ପ୍ରତିକାର ସଭା ପୂର୍ବରୁ ହିଁ ଶନିବାର ସନ୍ଧ୍ୟାରେ ନରସିଂହାନନ୍ଦଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ନରସିଂହାନନ୍ଦଙ୍କ ଗିରଫଦାରୀ ଉପରେ ଧର୍ମ ସଂସଦର ଅଧ୍ୟକ୍ଷ ପ୍ରବୋଧାନନ୍ଦ ଗିରି ଆନନ୍ଦ କହିଛନ୍ତି, ଗିରଫଦାରୀରେ ସନ୍ଥଙ୍କ ମନୋବଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ପ୍ରତିକାର ସଭା ହୋଇକି ହିଁ ରହିବ।

Leave A Reply

Your email address will not be published.