ଗୁଜରାଟ କଂଗ୍ରେସ ରୁ ଇସ୍ତଫା ଦେ​‌ଲେ ହାର୍ଦ୍ଦିକ ପଟେଲ

23

ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା। କଂଗ୍ରେସରୁ ଇସ୍ତଫା ଦେଲେ ହାର୍ଦିକ ପଟେଲ । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ଏ ନେଇ ସେ ଟ୍ୱିଟର ରେ ସୂଚନା ମଧ୍ୟ ଦେଇଛନ୍ତି I ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ହାର୍ଦ୍ଦିକଙ୍କ ଏହି ଇସ୍ତଫା ଦଳ ଉପରେ ପ୍ରଭାବ ପକାଇପାରେ । ହାର୍ଦ୍ଦିକ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଆଜି ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି । ଦଳର ପ୍ରାଥମିକ ସଦସ୍ୟ ପଦ ସହ ବିଭିନ୍ନ ପଦବୀରୁ ଇସ୍ତଫା ଦେଇଛି । ମୋର ଏହି ନିଷ୍ପତ୍ତିକୁ ଗୁଜରାଟବାସୀ ଓ ସହକର୍ମୀ ନିଶ୍ଚୟ ରୂପେ ଗ୍ରହଣ କରିବେ । ମୋର ଏହି ପଦକ୍ଷେପ ଭବିଷ୍ୟତରେ ମତେ ସମର୍ଥନ କରିବ I
ଗତ କିଛି ଦିନ ହେବ ହାର୍ଦ୍ଦିକ କଂଗ୍ରେସ ନେତାଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ। ସେ ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଆଜି ହାର୍ଦ୍ଦିକ ଏ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ଇସ୍ତଫା ଦେବା ପରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି।

Comments are closed, but trackbacks and pingbacks are open.