୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ

139

ଭୁବନେଶ୍ୱର: ବୁଧୁବାର ଦିନ ଇଡ଼କୋ ପ୍ରଦର୍ଶନୀ ପଡିଆ ଠାରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି.। ଉଦ୍ଘାଟନୀ ସମାରୋହରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ, ଏହା ଆମର ପରମ୍ପରା, ଆୟୁର୍ବେଦ ଐତିହ୍ୟ, ଜଙ୍ଗଲ ଓ ପ୍ରକୃତିର ଦାନକୁ ସମ୍ମାନ କରିବାର ଏକ ଅତ୍ୟନ୍ତ ଗର୍ବ ର ମଞ୍ଚ l ପ୍ରକୃତି ହେଉଛି ସବୁଠାରୁ ଶ୍ରେଷ୍ଠ ଚିକିତ୍ସାଳୟ” । ଓଡ଼ିଶାର ଉଦ୍ଭିଦ ସମ୍ପଦ ଆମ ଦେଶରେ ଏକ ପ୍ରମୁଖ ସ୍ଥାନ ଧାରଣ କରିଛି । ଆମ ଜଙ୍ଗଲରେ ଥିବା ଶତାଧିକ ଔଷଧୀୟ ବୃକ୍ଷ  ଆଜି ଦେଶବ୍ୟାପୀ ପ୍ରସିଦ୍ଧ। ଏହି ସମ୍ପଦକୁ ସଂଗଠିତ କରିବା, ପ୍ରମାଣିତ ଆୟୁର୍ବେଦ ପ୍ରଣାଳୀକୁ ଗଢ଼ିତୋଳିବା ଏହି ମେଳାର ଏକ ବିଶେଷ ଲକ୍ଷ୍ୟ। ଆଜିର ଯୁଗରେ ଆମେ ମାନସିକ ଚାପ, ଦୂଷିତ ଆହାର, ପରିବେଶ ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛୁ। ଏପରି ସମୟରେ ଆୟୁର୍ବେଦ ଆମର ଶାରୀରିକ ଓ ମାନସିକ ସମତାକୁ ପୁନସ୍ଥାପନ କରିବାରେ ସହାୟକ ହୋଇପାରିବ। ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଔଷଧୀୟ ଉଦ୍ଭିଦ କ୍ଷେତ୍ରର ମୁଖ୍ୟ ହିତାଧୁକାରୀମାନଙ୍କ ମଧ୍ୟରେ ସମ୍ପର୍କ, ବ୍ୟବସାୟ, ଶିକ୍ଷା, ଓ ସଚେତନ‌ତା ବୃଦ୍ଧି କରିବା: ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥୁର ପ୍ରଚାର କରିବା ଏବଂ ଦର୍ଶକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ ।
ପ୍ରକାଶଥାଉକି ଚଳିତ ବର୍ଷ ୧୩୦ରୁ ଅଧିକ ଷ୍ଟଲ ସହ ଏହି ମେଳା ରେ ଅଂଶ ଗ୍ରହଣ କରିଛନ୍ତି। ନିଶୁଳ୍କ ଆୟୁର୍ବେଦ,ହୋମିଓପାଥି ଚିକିତ୍ସା, ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ୱିଜ୍ ସଚେତନତା ଅଭିଯାନ, ଔଷଧୀୟ ଉଦ୍ଭିଦ ସମ୍ବନ୍ଧୀୟ ବିଭିନ୍ନ କର୍ମଶାଳା, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୋଟ ସାତଦିନ ଧରି ଏହି ମେଳା ଲୋକମାନଙ୍କ ମଧ୍ୟରେ ଆୟୁର୍ବେଦର ପ୍ରଚାର ଓ ପ୍ରସାରରେ ସହାୟକ ହେବ l

Comments are closed, but trackbacks and pingbacks are open.