୪୦ ଟପିବ ତାତି !

27

ପ୍ରଚଣ୍ଡ ଖରା ତାତି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଅତିକ୍ରମ କରିଛି ଦିନର ସର୍ବୋଚ୍ଚ ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେବା ସହ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି । ତେବେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯିବା ସହ ଆଜି ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଝାରସୁଗୁଡାରେ ୪୦.୪ ଓ ବାରିପଦାରେ ୪୦ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର – ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାରେ ଦିନ ତାପମାତ୍ରା ବୃଦ୍ଧିର ସମ୍ଭାବନା ରହିଛି । ପଣା ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ୪୨ ଡିଗ୍ରୀରୁ ଅଧିକ ତାତି ରହିବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରାଜ୍ୟର ସବୁଠୁ ଗରମ ସହର ପାଲଟିବ । ତେବେ ଏହାପରେ ସପ୍ତାହେ ପର୍ଯ୍ୟନ୍ତ ଏହି ତାପମାତ୍ରା ଜାରି ରହିବ ବା କିଛି ବଢିପାରେ

Comments are closed, but trackbacks and pingbacks are open.