ରାଜଶ୍ରୀ ସ୍ୱାଇଁଙ୍କ ହ୍ୟାଣ୍ଡରାଇଟିଂ ରିପୋର୍ଟ : ନୋଟ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ

30

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସ୍କୁଟିରୁ ମିଳିଥିବା ସୁଇସାଇଡ୍ ନୋଟରେ ରହିଛି ତାଙ୍କର ହସ୍ତାକ୍ଷର । ରାଜଶ୍ରୀ ନିଜେ ସେହି ସୁଇସାଇଡ୍ ନୋଟ୍ ଲେଖିଛନ୍ତି । ପୋଲିସ ରାଜଶ୍ରୀଙ୍କ ଘରେ ଥିବା କିଛି ହାତ ଲେଖା ସହିତ ସୁଇସାଇଡ୍ ନୋଟ୍ ରେ ମେଳ ପାଇଁ ରସୁଲଗଡ଼ ଫରେନ୍ସିକ୍ ଲାବରୋଟାରୀର ହେଣ୍ଡରାଇଟିଂ ବ୍ୟୁରୋକୁ ପଠାଇଥିଲା । ଚିଠିକୁ ମେଳ କରାଯାଇ ରିପୋର୍ଟ ଦିଆଯାଇଛି ।

ରାଜଶ୍ରୀ ତାଙ୍କ ମୃତ୍ୟୁ ପାଇଁ କୋଚ୍ ଓ ମାଣ୍ଡେଲା ସାରଙ୍କୁ ଦାୟୀ କରିଥିବା ଉଲ୍ଲେଖ କରିଥିବା ଦର୍ଶାଯାଇଥିଲା । ଏବେ ରିପୋର୍ଟ ଆସିବା ପରେ ଚିଠିରେ ଲେଖାଥିବା ବ୍ୟକ୍ତିଙ୍କ ବିରୋଧରେ କ’ଣ ତଦନ୍ତ ହେଉଛି ତାକୁ ଅପେକ୍ଷା । ଚୟନ କମିଟିରେ ମାଣ୍ଡେଲା ନଥିଲେ ବି ଖେଳାଳି ଚୟନରେ ତାଙ୍କର ବଡ଼ ଭୂମିକା ରହିଛି ବୋଲି କୁହାଯାଉଛି। ଜାନୁଆରୀ ୧୩ ତାରିଖରେ ଗୁରୁଡିଝାଟିଆ ଅଞ୍ଚଳ ସୁବାସି ସଂରକ୍ଷିତ ଜଙ୍ଗଲରୁ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ସେ ପ୍ରାୟ ୧୩ ବର୍ଷ ଧରି ଓସିଏରେ ଖେଳି ଆସୁଥିଲେ । ପୁଡୁଚେରୀରେ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ୍ ପାଇଁ ତାଙ୍କ ନାଁ ବାଦ୍ ପଡ଼ିଥିଲା ।

ଅନ୍ୟପଟେ ରାଜଶ୍ରୀଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ ସୂଚନା ଆସିନାହିଁ। ହେଲେ ଶ୍ବାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ରହିଛି। ସେହିପରି ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ରିପୋର୍ଟ ପ୍ରଦାନ କରିଛନ୍ତି କିନ୍ତୁ ଏବେ ଭିସୋରା ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସଚନା ରହିଛି ।

Comments are closed, but trackbacks and pingbacks are open.