IPL 2022 : ଗୁଜୁରାଟ ଟାଇଟନ୍ସକୁ ୧୯୦ ରନ୍‌ର ଲମ୍ବା ଟାର୍ଗେଟ୍ ଦେଲା ପଞ୍ଜାବ କିଙ୍ଗ୍‌ସ

20

ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖଳାଯାଇଛି ଆଅପିଏଲ ର ୧୬ତମ ମ୍ୟାଚ I ମୈଦାନ ରେ ମୁହାଁ ମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ ଏବଂ ଗୁଜୁରାଟ ଟିଟୋନ୍ସ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଗୁଜୁରାଟକୁ ୧୯୦ ରନ୍‌ର ଲମ୍ବା ଟାର୍ଗେଟ ଦେଇଛି । ପଞ୍ଜାବ ପାଇଁ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨୭ ଟି ବଲରେ ୬୪ ରନ୍ ର ଏକ ଉତ୍କୃଷ୍ଟ ଇନିଂସ ଖେଳିଥିଲେ I ସେହିପରି ଶିଖର ଧାୱନ ୩୫ ଏବଂ ଜିତେଶ ଶର୍ମା ୨୩ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ରାହୁଲ ଚହର ମଧ୍ୟ ୧୪ ଟି ବଲରେ ୨୨ ରନ୍ ସଂଗ୍ରହ କରିଥିଲେ। ଗୁଜୁରାଟ ପାଇଁ ରସିଦ ଖାନ ୩ ଟି ୱିକେଟ୍ ନେଇଥିଲେ, ଦର୍ଶନ ନାଲକାଣ୍ଡେ ୨ ୱିକେଟ୍ ନେଇଥିଲେ।
ଅନ୍ୟପଟେ ପଞ୍ଜାବ ଉପରେ ଝଡ ଭଳି ଉଭା ହୋଇଥଲେ ରସିଦ ଖାନ I ରସିଦ ପ୍ରଥମେ ଲିଭିଙ୍ଗଷ୍ଟୋନ ଙ୍କୁ (୬୪ ) ଏବଂ ପରେ ଶାହାରୁଖ ଖାନ ଙ୍କୁ (୧୫ ) ରନ ରେ ଆଉଟ କରିଥିଲେ। ତେବେ ତାଙ୍କ ପରବର୍ତ୍ତୀ ଓଭର ରେ ୱିକେଟର ଶିକାର ହୋଇଥିଲେ କାଗିସୋ ରାବାଡା,ସେ ମାତ୍ର ଗୋଟିଏ ରନ୍ ସ୍କୋରରେ ଆଉଟ୍ ହୋଇଥିଲେ।

ସେହିପରି ଗୁଜୁରାଟର ଯୁବ ବୋଲର ଗୋଟିଏ ଓଭର ରେ ଦୁଇଟି ୱିକେଟ ନେଇଥିଲେ Iଦର୍ଶନ ନାଲକାଣ୍ଡେ ଜିତେଶ ଶର୍ମା ଙ୍କୁ (୨୩ ) ଏବଂ ପରେ ଓଡେନ୍ ସ୍ମିଥ୍ ଙ୍କୁ କ୍ରମାଗତ ଭାବରେ ଆଉଟ କରିଥିଲେ I
ରସିଦ ଖାଁ ଶିଖର ଧାୱନ ଙ୍କୁ ୩୫ ରେ ଆଉଟ କରିଥିବାବେଳେ ୧୧ ଓଭର ରେ ପଞ୍ଜାବ ୯୦ ରନ ଦେଇ ୩ ୱିକେଟ ହରାଇଥିଲା I
ଅନ୍ୟପଟେ ଲିୟମ ଲିଭିଂଷ୍ଟୋନ ମାତ୍ର ୨୧ ଟି ବଲ ରୁ ନିଜ ର ହାଫ ସେଞ୍ଚୁରୀ ପୁରା କରିଥିଲେ I

Comments are closed, but trackbacks and pingbacks are open.