ଗୌହାଟି- ବିକାନିର୍‌ ଏକ୍ସପ୍ରେସ୍‌ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରେଳମନ୍ତ୍ରୀ, ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ଘୋଷଣା

14

ଗୈହାଟି- ବିକାନିର୍‌ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ପ୍ରଦାନ କରାଯିବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଗୁରତର ବ୍ୟକ୍ତଙ୍କୁ ୧ ଲକ୍ଷ ଟଙ୍କା ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।

ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଥିବା ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଜଣାଇଛନ୍ତି । ଆସନ୍ତାକାଲି ଘଟଣା ସ୍ଥଳ ପରିଦର୍ଶନ କରିବା ନେଇ ଟ୍ୱିଟ୍‌ ଯୋଗେ ଜଣାଇଛନ୍ତି

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଜଲପାଇଗୁଡିର ମେନଗୁଡିରେ ବିକାନେର ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି। ଏ ପର୍ଯ୍ୟନ୍ତ ୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଟ୍ରେନଟି ବିକାନେରରୁ ଗୌହାଟୀ ଅଭିମୁଖେ ଯାତ୍ରା କରୁଥିଲା। ତେବେ ମୈନାଗୁଡି ଅତିକ୍ରମ କରିବା ସମୟରେ ଟ୍ରେନର ଅନେକ ବଗି ଲାଇନଚ୍ୟୁତ୍ ହୋଇଛି।

Leave A Reply

Your email address will not be published.