ଗୁରୁଗ୍ରନ୍ଥ ସାହିବର ଅପମାନ କରିବାରୁ ଯୁବକ ଙ୍କୁ ପିଟି ପିଟି ହତ୍ୟା

16

ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଜଣେ ଅଜ୍ଞାତ ଯୁବକ ପଶି ଗୁରୁ ଗ୍ରନ୍ଥ ସାହେବଙ୍କୁ ଅପମାନ କରିବାକୁ ଚେଷ୍ଟା କରିବାରୁ ଉପସ୍ଥିତ ଥିବା ଲୋକ ମାନେ ଉତ୍ୟକ୍ତ ହୋଇ ପିଟି ପିଟି ମାରିଦେଇଥିବା ଜଣାପଡିଛି I ଅଭିଯୋଗ ଅନୁସାରେ ଜଣେ ଅଜ୍ଞାତ ବ୍ୟକ୍ତିମନ୍ଦିରରେ ସଚଖଣ୍ଡ ସାହିବ ଭିତରେ ଥିବା ଜଙ୍ଗଲା ବା ଗ୍ରିଲ୍ ପାର କରି ଶ୍ରୀ ଗୁରୁ ଗ୍ରନ୍ଥ ସାହିବର ଅପମାନ କରିବାକୁ ଚେଷ୍ଟା କରିଥିଲେ। ଯୁବକ ଜଣକ ସେଠାରେ ରଖାଯାଇଥିବା ଖଣ୍ଡା ମଧ୍ୟ ଉଠାଇ ଦେଇଥିଲେ ଏବଂ ଗୁରୁ ଗ୍ରନ୍ଥ ସାହେବ ସିଂହାସନ କୁ ଖାଲି ପାଦରେ ଚଢ଼ିଯାଇଥିଲେ । ତେବେ ଯୁବକଙ୍କ ଏହି କାରନାମା ଦେଖି ସେଠାରେ ହଇଚଇ ସୃଷ୍ଟି ହୋଇଥିଲା ଓ ସେବାୟତ ତୁରନ୍ତ ତାକୁ ଧରି ଦେଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ସେବାୟତ ମାନେ ଯୁବକଙ୍କୁ କାବୁ କରି ଥିଲେ ଏବଂ ଏସଜିପିସି କର୍ମଚାରୀ ମାନେ ତାଙ୍କୁ ଧରି ଖୁବ ପିଟିଥିଲେ ,ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହେଇଯାଇଥିବା ଅଭିଯୋଗ ହୋଇଛି I
ସେହିପରି ଡିସେମ୍ବର ୧୫ ତାରିଖରେ ସ୍ୱର୍ଣ୍ଣ ମନ୍ଦିରରେ ଜଣେ ଯୁବକ ସାହିବର ପବିତ୍ର ସରୋବରରେ ଗୁଟଖା ପକାଇ ଦେଇଥିଲା. ମନ୍ଦିର ପରିକ୍ରମାରେ ଉପସ୍ଥିତ ଶିରୋମଣି ଗୁରୁଦ୍ୱାରାର ପ୍ରବନ୍ଧକ କମିଟିର ସେୟାତ ଯୁବକକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ଯୁବକ ନିଜ ନାଁ ରଣବୀର ସିଂହ ବୋଲି କହିଛନ୍ତି। ଏସଜିପିସି ଅଧ୍ୟକ୍ଷ ହରଜିନ୍ଦର ସିଂହ ଧାମୀ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଯାଞ୍ଚ କରିବାକୁ ପୋଲିସକୁ ଦାବି କରିଥିଲେ। ଏସଜିପିସି ଅଧ୍ୟକ୍ଷ କହିଥିଲେ ଯେ ଏହି ଘଟଣା ହଠାତ ହୋଇନାହିଁ ବରଂ ଏହା ଏକ ଷଡଯନ୍ତ୍ର। ଏହାର ଉଦ୍ଦେଶ୍ୟ ଶିଖମାନଙ୍କ ଭାବନାକୁ ପକ୍ଷାଘାତ କରି ମାହୋଲ ଖରାପ କରିବା। ଗୁରୁ ଗ୍ରନ୍ଥ ସାହିବର ଅପମାନ ନୀଚ ମାନସିକତା ଦର୍ଶାଉଛି ବୋଲି ସେ କହିଛନ୍ତି।

ଡିସିପି କହିଛନ୍ତି ଯେ ମୃତକଙ୍କ ବୟସ ପ୍ରାୟ ୩୦ ବର୍ଷ ଅଟେ। ତାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା ଚାଲିଛି I ସେ କେତେବେଳେ ସୁବର୍ଣ୍ଣ ମନ୍ଦିରରେ ପ୍ରବେଶ କରିଥିଲେ ଏବଂ ତାଙ୍କ ସହ କେତେ ଲୋକ ଥିଲେ ସେ ବିଷୟରେ ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ତେଜା ସିଂ ସମୁଦ୍ରୀ ହଲରେ SGPC ପରିସରରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଯୁବକ ଜଣକ ଉତ୍ତରପ୍ରଦେଶରୁ ହୋଇଥିବା ଖବର ମିଳିଛି I

Leave A Reply

Your email address will not be published.