ପୁଣି ଆମେରିକାରେ ଗର୍ଜିଲା ବନ୍ଧୁକ : ଚର୍ଚ୍ଚ ବାହାରେ ଗୁଳି ମାଡ଼ ରେ ୨ ମୃତ

23

ଆମେରିକାରେ ଆତତାୟୀ ଙ୍କ ର ବନ୍ଧୁକ ଗର୍ଜିବାରେ ଲାଗିଛି I ଗତକାଲି ରାତିରେ ଆମେରିକାର ଆଇୱା ଷ୍ଟେଟରେ ଅବସ୍ଥିତ ଆମେସ ସହରର ଏକ ଚର୍ଚ୍ଚ ବାହାରେ ହୋଇଥିବା ଆଖିବୁଜା ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେହିପରି ଶ୍ମଶାନରେ ହୋଇଥିବା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ତେବେ ଏହି ସମୟରେ ଆକ୍ରମଣକାରୀ ମଧ୍ୟ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଷ୍ଟୋରୀ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ଅନୁଯାୟୀ, ଆମେସ୍ ଉପକଣ୍ଠରେ ଥିବା କର୍ଣ୍ଣଷ୍ଟୋନ୍ ଚର୍ଚ୍ଚ ବାହାରେ ହୋଇଥିବା ଆକ୍ରମଣରେ ଆକ୍ରମଣକାରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ସ୍ଥାନୀୟ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମେରିକାର ଲୋୱା ଠାରେ ଥିବା କର୍ଣ୍ଣରଷ୍ଟୋନ ଚର୍ଚ୍ଚରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଷ୍ଟୋରୀ କାଉଣ୍ଟୀ ଶେରିଫ କ୍ୟାପ୍ଟେନ ନିକୋଲାସ ଲେନ୍ନି କହିଛନ୍ତି, “ ଜଣେ ପ୍ରାପ୍ତ ବୟସ୍କ ବନ୍ଧୁକଧାରୀ ଚର୍ଚ୍ଚ ଭିତରେ ପଶି ଗୁଳିମାଡ଼ କରିଥିଲା।

ଅନ୍ୟପକ୍ଷରେ ସ୍ଥାନୀୟ ସମୟ ଦିନ ୨.୩୦ରେ ଗ୍ରେସଲ୍ୟାଣ୍ଡ ଶ୍ମଶାନରେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ବନ୍ଧୁକଧାରୀ ଜଣକ ପ୍ରାୟ ୨୦ରୁ ୩୦ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରିଛି। ଏଥିସହ ଆହତ ୫ ଜଣଙ୍କୁ ଆସେନସିଓନ ଅଲ ସେଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ବୁଧବାର ତୁଲସା ମେଡିକାଲ ଅଫିସରେ ଜଣେ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ସର୍ଜନ ଓ ଆଉ ୩ ଜଣ ଲୋକଙ୍କ ଜୀବନ ଯାଇଥିଲା। ସେହିପରି ଟେକ୍ସାସରେ ଥିବା ଗୋଟିଏ ସ୍କୁଲରେ ମଧ୍ୟ ଗୁଳିମାଡ଼ ହୋଇଥିଲା। ଏଥିରେ ୨୧ ଜଣ ପିଲାଙ୍କ ଜୀବନ ଯାଇଥିଲା।

Comments are closed, but trackbacks and pingbacks are open.