ଭୁବନେଶ୍ବର: ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଖୋଲିବାକୁ ଯାଉଛି ଗୁଣ୍ଡିଚା ମନ୍ଦିର। ଡିସେମ୍ବର ୧ ତାରିଖରେ ଗୁଣ୍ଡିଚା ମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ମନ୍ଦିର ନିକଟରୁ ଜବରଦଖଲ ହଟିଛି। ଭକ୍ତଙ୍କ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ପୂର୍ବରୁ ଯେଉଁ ସବୁ ବିବାଦ ଲାଗି ରହିଥିଲା ତାହାର ମଧ୍ୟ ସମାଧାନ ହୋଇଛି। ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ । ଟିକେଟ ଦର୍ଶନ ବ୍ୟବସ୍ଥା ହେବ ନା ନାହିଁ ପରେ ନିଷ୍ପତ୍ତି ନିଆଯିବ ।
Comments are closed, but trackbacks and pingbacks are open.