ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ଗୁଜୁରାଟ ବନାମ ରାଜସ୍ଥାନ

26

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ରେ ଗୁଜୁରାଟ ଟାଇଟନ୍ସ ଆଇପିଏଲ୍ ୨୦୨୨ ରେ ଏପର୍ଯ୍ୟନ୍ତ ସ୍ମରଣୀୟ ପ୍ରଦର୍ଶନ କରିଛି I ଦଳ ଟି -୨୦ ଲିଗ୍ (ଆଇପିଏଲ୍ 2022) ର ୧୫ ତମ ସିଜନରେ ଏପର୍ଯ୍ୟନ୍ତ ୧୪ ଟି ମ୍ୟାଚ୍ ମଧ୍ୟରୁ ୧୦ ଟି ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି I ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୱାଲିଫାୟର -୧ ରେ ଗୁଜରାଟ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସକୁ ସାମ୍ନା କରିବାକୁ ଯାଉଛି I ଇଡେନ୍‌ ଗାର୍ଡେନ୍ସରେ ଏହି ମ୍ୟାଚ୍‌ ଖେଳାଯିବ। ବିଜୟୀ ଦଳ ସିଧା ସଳଖ ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିଛି । ଲିଗ୍‌ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିବା ଟାଇଟନ୍ସ ଆଧିପତ୍ୟ ଜାରି ରଖିବାକୁ ଯୋଜନା କରିଛି । ଅନ୍ୟ ପଟରେ ରୟାଲ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହ ଫାଇନାଲ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ରୟାଲ୍ସ ଦଳ ୨୦୦୮ ସିଜନରେ ଚାମ୍ପିଅନ୍‌ ହୋଇଥିଲା । ଏହା ପରଠୁ କେବେ ବି ଫାଇନାଲ୍‌ରେ ପ୍ରବେଶ କରିପାରିନାହିଁ । ଆଜି ଦଳ ନିକଟରେ ସୁଯୋଗ ରହିଛି । ପ୍ରାୟତଃ ସବୁ ଖେଳାଳି ଫର୍ମରେ ରହିଛନ୍ତି । କେବଳ ଜୋସ ବଟଲର ସଫଳ ହେଲେ ରୟାଲ୍ସ ବିଜୟ ସହଜ ହେବ ।

ଟାଇଟନ୍ସ ଦଳ ସିଜନ ଆରମ୍ଭରୁ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଆସିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟାଇଟନ୍ସ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ଟସ୍‌ ମଧ୍ୟ ଦଳକୁ ପ୍ରଭାବିତ କରିନଥିଲା । ପ୍ରଥମ ଦଳ ଭାବେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ସହ ଟାଇଟନ୍ସ ବିଜୟୀ ହୋଇଥିଲା । ଉଭୟ ଦଳ ସମାନ ରଣନୀତି ନେଇ ଖେଳିବା ନିଶ୍ଚିତ । ଅର୍ଥାତ ୬ ବ୍ୟାଟର ଓ ୫ ବୋଲର ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ । ଟାଇଟନ୍ସ ପକ୍ଷରୁ ପାଣ୍ଡ୍ୟାଙ୍କ ଉପରେ ନଜର ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଲିଗ୍‌ ମ୍ୟାଚ୍‌ରେ ପାଣ୍ଡ୍ୟା ୮୭ ରନ୍‌ର ଇନିଂସ ଖେଳିଥିଲେ । ସେହିପରି ଗତ କିଛି ମ୍ୟାଚ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିବା ବଟଲରଙ୍କ ବ୍ୟାଟ୍‌ରୁ ରୟାଲ୍ସ ବଡ ଇନିଂସର ଆଶା ରଖିବ।

Comments are closed, but trackbacks and pingbacks are open.