ଆଇପିଏଲ ୨୦୨୨ ପାଇଁ ଗୁଜୁରାଟ ଟାଇଟନ୍ସ ଲଞ୍ଚ କଲା ଜର୍ସି :ଜୟ ଶାହା ଓ ହାର୍ଦ୍ଦିକ ପାଣ୍ଡ୍ୟା କଲେ ଉନ୍ମୋଚନ

27

ଆଇପିଏଲ ୨୦୨୨ ପାଇଁ ଟିମ ଗୁଡିକ ପ୍ରସ୍ତୁତି ଆରମ୍ଭ କଲେଣି । ଏଥର ଆଇପିଏଲ ରୋମାଞ୍ଚକର ହେବ । କାରଣ ଏଥର ୮ ବଦଳରେ ୧୦ ଟିମ ଆଇପିଏଲରେ ସାମିଲ ହୋଇଛନ୍ତି । ତେବେ ଏଥର ନୂଆ ଟିମ ଭାବେ ସାମିଲ ହୋଇଥିବା ଗୁଜୁରାଟ ରବିବାର ନିଜ ନୂଆ ଜର୍ସି ଲଞ୍ଚ କରିଛନ୍ତି । ବିସିସିଆଇ ସଚିବ ଜୟ ଶାହା ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଜର୍ସି ଉନ୍ମୋଚନ କରିଛନ୍ତି । ଗୁଜୁରାଟର ଜର୍ସି ଦେଖିବାକୁ ନୀଳ ରଙ୍ଗର । ୨୮ ମାର୍ଚ୍ଚରେ ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳି ପଦାର୍ପଣ କରିବ ଗୁଜୁରାଟ । ତେବେ ଖାସ କଥା ହେଉଛି ଏହି ମ୍ୟାଚ ଉଭୟ ଲକ୍ଷ୍ନୌ ଓ ଗୁଜୁରାଟର ଡେବ୍ୟୁ ମ୍ୟାଚ ହେବ ।

Comments are closed, but trackbacks and pingbacks are open.