ଗୁଜୁରାଟ : ମୋରବିରେ ଝୁଲାପୋଲ ଭୁଶୁଡି ଭାସିଗଲେ ଅନେକ ଲୋକ

23

ଗୁଜୁରାଟ : ରବିବାର ସନ୍ଧ୍ୟାରେ ଗୁଜରାଟର ମୋରବିରେ ଘଟି ଯାଇଛି ବଡ଼ ଧରଣର ଦୁର୍ଘଟଣା I ମଚ୍ଛୁ ନଦୀରେ ନିର୍ମିତ ହେଉଥିବା ଏକ ଝୁଲା ପୋଲ ଅଚାନକ ଭୁଷୁଡ଼ିଯିବI ଫଳରେ ଅନେକ ଲୋକ ନଦୀ ଭିତରେ ଭାସି ଯାଇଛନ୍ତି । ଝୁଲାପୋଲ ଭୁଶୁଡ଼ିବା ବେଳେ ଏହା ଉପରେ ପ୍ରାୟ ୫୦୦ ଲୋକେ ଥିଲେ। ପ୍ରଶାସନ ପକ୍ଷରୁ ନଦୀ ଭିତରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏଥିରେ ମୃତାହତଙ୍କ କୌଣସି ସଠିକ ସୂଚନା ମିଳି ପାରିନାହିଁ Iକିନ୍ତୁ କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ଅନେକ ସଂଖ୍ୟାରେ ଲୋକ ପୋଲରେ ଥିଲେ।

କୁହାଯାଉଛି କି ୫ ଦିନ ପୂର୍ବରୁ ଏହି ଝୁଲାପୋଲର ମରାମତି ହୋଇ ସର୍ବ ସାଧାରଣ ଙ୍କ ନିମନ୍ତେ ଖୋଲା ଯାଇଥିଲା । ମରାମତି ପରେ ବି କେମିତି ଏତେ ବଡ ଦୁର୍ଘଟଣା ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜଟି ମଝିରୁ ଭାଙ୍ଗି ଯିବାରୁ ଲୋକମାନେ ନଦୀକୁ ଖସିପଡିଥିଲେ। ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ସମସ୍ତ ଲୋକଙ୍କୁ ନଦୀରୁ କାଢିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି। ରବିବାର ଛୁଟି ଦିନ ଥିବାରୁ ଏଠାରେ ଲୋକଙ୍କ ପ୍ରବଳ ଭିଡ ଥିଲା।

Comments are closed, but trackbacks and pingbacks are open.