୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ରେ ୪ ଅଭିଯୁକ୍ତ ଙ୍କୁ ଧରିଲା ଗୁଜରାଟ ଏଟିଏସ

35

ଗୁଜୁରାଟ ଏଟିଏସ କୁ ମିଳିଛି ବଡ଼ ସଫଳତା I ୧୯୯୩ ମସିହା ମୁମ୍ବାଇ ରେ ହୋଇଥିବା ସିରିଏଲ ବିସ୍ଫୋରଣ ମାମଲାରେ ଗୁଜରାଟ ଏଟିଏସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ଅବୁ ବକର, ୟୁସୁଫ ଭଟାକା, ଶୋଏବ ବାବା ଓ ସୈୟଦ କୁରେଶୀ। ମୁମ୍ବାଇ ବିସ୍ଫୋରଣ ପରେ ସମସ୍ତ ଅଭିଯୁକ୍ତ ବିଦେଶ ଫେରାର ହୋଇଯାଇଥିଲେ ଓ ନକଲି ପାସପୋର୍ଟ ସାହାଯ୍ୟରେ ଅହମଦାବାଦ ଆସିଥିଲେ। ଗିରଫ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ଫଟୋ ମଧ୍ୟ ପୁଲିସ ଜାରି କରିଛି। ସୂତ୍ରରୁ ପ୍ରକାଶ ଯେ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆକିଫ୍ ନାଚାନକୁ ମଧ୍ୟ ପୁଲିସ ଗିରଫ କରିଛି। ନାଚାନ୍ ରାଜସ୍ଥାନର ଆତଙ୍କବାଦୀ ମାମଲାରେ ଜଡିତ ଅଛି।ନିକଟରେ କେନ୍ଦ୍ର ଗୃହମନ୍ତ୍ରାଳୟ ରାଜସ୍ଥାନ ପୁଲିସ ଖୁଲାସା କରିଥିବା ଆତଙ୍କବାଦୀ ମଡ୍ୟୁଲ୍ସର ମାମଲକୁ ସମ୍ଭାଳିବା ପାଇଁ ଏନ୍‌ଆଇଏକୁ କହିଥିଲା। ଏହି ସମୟରେ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତଙ୍କ ବିରୋଧରେ UAPA ଆଇପିସି ଧାରା ଆଧାରରେ ମାମଲା ରୁଜୁ କରାଯାଇଥିଲା। ଏହି ଆତଙ୍କବାଦୀ ମଡ୍ୟୁଲ୍ସର କୌଣସି ଏକ ବଡ ସଙ୍ଗଠନ ସହ ସମ୍ପର୍କ ରହିଛି ନା ନାହିଁ ସେ ନେଇ ଏବେ ଏନ୍‌ଆଇଏ ତଦନ୍ତ କରୁଛି।
୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ୧୨ଟି ସିରିଏଲ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ୨୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା ଓ ୮୦୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ଗୁଜରାଟ ଏଟିଏସ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।

Comments are closed, but trackbacks and pingbacks are open.