ବାଣ ଫୁଟାଇବା ଲାଗି ଆସିଲା ଗାଇଡ଼ଲାଇନ : ସନ୍ଧ୍ୟା ୭ରୁ ରାତି ୯ ଯାଏଁ ଫୁଟାଇ ହେବ ବାଣ, ଅବମାନନା କଲେ ୨୦୦୦ ଟଙ୍କା ଜରିମାନା

124

ଭୁବନେଶ୍ୱର: ଆଗକୁ ଦୀପାବଳି ଆସୁଥିବା ବେଳେ ପ୍ରଦୂଷଣରୁ ଦୂରେଇ ରହିବା ପାଇଁ ଓ ସୁରକ୍ଷିତ ଦୀପାବଳି ପାଳନ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ୍‌ରେ ସନ୍ଧ୍ୟା ୭ ଟାରୁ ରାତି ୯ ପର୍ଯ୍ୟନ୍ତ ବାଣ ଫୁଟାଇ ହେବ ବୋଲି କୁହାଯାଇଛି। ଅଧିକ ମାତ୍ରାରେ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ବାରଣ କରାଯାଇଛି। ଯେ କୌଣସି ବାଣର ଶବ୍ଦ ୧୨୫ ଡିବିରୁ ଅଧିକ ହୋଇପାରିବ ନାହିଁ। ବିଶେଷ ଭାବରେ ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ଭିତରେ ବାଣ ଫୁଟାଇବା ଆବଶ୍ୟକ। କେବଳ ସବୁଜ ବାଣ ଖୋଲା ସ୍ଥାନରେ ଫୁଟାଇବାକୁ ଅନୁମତି ଦିଆଯାଇଛି। ସେହିପରି ଦୋକାନ, ଅଗ୍ନି ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ବାରଣ କରାଯାଇଛି। ଏହାଛଡ଼ା ଗାଇଡଲାଇନରେ କୁହାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ କଟନ ବା ସୂତା କପଡା ପରିଧାନ କରିବା ଆବଶ୍ୟକ। ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାର ସଂପୂର୍ଣ ନିଷେଧ କରାଯାଇଛି। ଏହି ସମସ୍ତ ନିର୍ଦ୍ଦେଶାବଳୀକୁ ଖିଲାପ କଲେ ୨୦୦୦ ଟଙ୍କା ଆକାରରେ ଜରିମାନା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଶୁପକ୍ଷୀଙ୍କୁ ବାଣର ଧୂଆଁରୁ ଓ ଶବ୍ଦରୁ ସୁରକ୍ଷା କରିବା ସହ ବୃଦ୍ଧ ଓ ଶ୍ୱାସ ରୋଗୀମାନେ ବାଣର ଧୂଆଁରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.