କୁକୁର ପାଳିବା ପାଇଁ ଜାରି ହେବ ଗାଇଡ଼ଲାଇନ୍

14

ଭୁବନେଶ୍ୱର: ବିଦେଶୀ କୁକୁର ପାଳନରେ ଲାଗିବ କଟକଣା। ରାଜଧାନୀରେ କେବଳ ୬ ପ୍ରଜାତିର ବିଦେଶି କୁକୁର ପାଳନ ପାଇଁ ଅନୁମତି ଦିଆଯିବ । ଅନ୍ୟ ରାଜ୍ୟ ଓ ଦେଶ ଗୁଡିକରେ ବ୍ୟାନ୍‌ ଥିବା କୁକୁର ପ୍ରଜାତିକୁ ରାଜଧାନୀରେ ପାଳନ ପାଇଁ ଅନୁମତି ଦିଆଯିବ ନାହିଁ । ନିକଟରେ ଇନଫୋସିଟି ଅଞ୍ଚଳରେ କୁକୁର କାମୁଡା ବିବାଦ ପରେ ତତ୍ପର ହୋଇଛି ବିଏମସି । ଯେଉଁ ବିଦେଶୀ କୁକୁର ସହରରେ ରହିବ, ତାର ସମସ୍ତ ତଥ୍ୟ ବିଏମସି ନିକଟରେ ଦାଖଲ କରିବାକୁ ପଡିବ। କୁକୁର ପାଳିବାକୁ ଇଚ୍ଛୁକ ବ୍ୟକ୍ତି ପ୍ରଥମେ ବିଏମସି ନିକଟରେ ପଞ୍ଜିକରଣ କରିବେ । ପୋଷା ପଶୁଙ୍କ ପାଳନ ପାଇଁ ଖୁବଶୀଘ୍ର ରାଜଧାନୀବାସୀଙ୍କ ପାଇଁ ଜାରି ହେବ ମାର୍ଗଦର୍ଶିକା । ଆନିମଲ େଓ୍ଵଲ ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ ଓ କୋଚି ଭଳି ଅନେକ ସହରରେ ପୋଷା ପଶୁ ମାର୍ଗଦର୍ଶିକା ରହିଛି । ଏହି ଆଧାରରେ ବିଏମସି ମଧ୍ୟ ମାର୍ଗଦର୍ଶିକା ଆଣିବାକୁ ଯୋଜନା ରଖିଛି । ନୂଆ ମାର୍ଗଦର୍ଶିକାରେ କୁକୁରଙ୍କ ପଞ୍ଜିକରଣ ବଧ୍ୟତାମୂଳକ କରାଯିବା ସହିତ କୁକୁରଙ୍କ ନିୟମିତ ଟିକାକରଣ ସୁନିଶ୍ଚିତ କରିବେ । ଏହାସହିତ ବିଏମସି ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟ ଘୋଷଣା ହେବ । କେବଳ ଏହି ସମୟରେ ଲୋକେ କୁକୁରଙ୍କୁ ନେଇ ବାହାରେ ବୁଲାଇ ପାରିବେ ବୋଲି ଜଣାପଡିଛି । ଯଦି କୌଣସି ଗୃହପାଳିତ ପଶୁ ଅନ୍ୟ କାହାର କ୍ଷତି କରେ, ତେବେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Comments are closed, but trackbacks and pingbacks are open.