ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି, ନିଜ ଜିଲ୍ଲାରେ ଅତିଥି ହୋଇ ପାରିବେ ନାହିଁ ନେତା ଓ ମନ୍ତ୍ରୀ

0 26

ରାଜ୍ୟରେ ଆଗକୁ ଆସୁଛି ପଂଚାୟତ ନିର୍ବାଚନ I ଏହାରି ମଧ୍ୟରେ କରୋନା ମହାମାରୀ ପ୍ରକୋପ ଅହେତୁକ ଭାବରେ ବୃଦ୍ଧି ପାଇଛି ଇଆସନ୍ତା ଜାନୁୟାରୀ ୨୬ ରେ କୋଭିଡି କଟକଣା ମାଧ୍ୟମରେ ପାଳନ ହେବ ଗଣତନ୍ତ୍ର ଦିବସ। ଏ ନେଇ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନର। ଜାରି ହୋଇଥିବା ଗାଇଡ଼ ଲାଇନ ଅନୁସାରେ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ୍‌ ପାହ୍ୟା,ରାଷ୍ଟ୍ରପାହ୍ୟା ମନ୍ତ୍ରୀ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେଉଥିବା ବେଳେ ତାଙ୍କ ଭାଷଣ କେବଳରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରହିବ । ଏଥିରେ କୌଣସିପ୍ରକାର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସଂପର୍କରେ ଉଲ୍ଲେଖ ରହିବ ନାହିଁ । ଏଥି ସହିତ କ୍ୟାବିନେଟ୍‌ ତଥା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ବା ରାଜନୈତିକ କର୍ମକର୍ତ୍ତା ନିଜର ଜିଲ୍ଲାରେ ଅତିଥି ଭାବେ ଯୋଗଦେଇ ପାରିବେ ନାହିଁ ।ଏହା ସହିତ ଏଥର ଗଣତନ୍ତ୍ର ଦିବସ ସମାରୋହରରେ କୌଣସି ମନ୍ତ୍ରୀ ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ହୋଇ ପାରିବେ ନାହିଁ। ପରେଡ୍‌ରେ ସାମିଲ୍ ହୋଇ ପାରିବ ନାହିଁ ସରକାରୀ ଯୋଜନା ଏବଂ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼ । ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପାଳନ ଯଥାରୀତି ଅନୁଷ୍ଠିତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.