ଭିଜିଲାନ୍ସ ପଞ୍ଝାରେ GRS: ଟୁଇନ ସିଟି ରୁ ଠାବ ହେଲା ୫୯ଟି ପ୍ଲଟ

38

ଏଥର ଭିଜିଲାନ୍ସ ପଞ୍ଝାରେ କୌଣସି ସରକାରୀ ବଡ଼ବାବୁ ନୁହନ୍ତି, ପଡିଛନ୍ତି ଜିଆରଏସ (ଗ୍ରାମ ରୋଜଗାର ସେବକ ) I ବାବୁଙ୍କର ଟୁଇନ ସିଟିରେ ଥିବା ଆୟବହିର୍ଭୂତ ସମ୍ପତ୍ତି ତାଲିକା ଦେଖି ଭିଜିଲାନ୍ସ ଜଳକା I
ସୂଚନା ଅନୁସାରେ, ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ GRSଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଜିଆରଏସ କାବୁଲି ଚରଣ ପଢ଼ିଆରୀଙ୍କ ୫୯ଟି ପ୍ଲଟ ଠାବ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ପ୍ରାଇମ ଏରିୟାରେ ୫୮ଟି ଓ କଟକରେ ଗୋଟିଏ ଠାବ ହୋଇଛି । ଏହା ସହ ରଘୁନାଥପୁରରେ ୧.୨୪ କୋଟିର ୩ ମହଲା ଘର ଠାବ ହୋଇଛି । ବ୍ୟାଙ୍କ ଡିପୋଜିଟ, ବୀମା ଓ ଅନ୍ୟ ଧନ ସଂପତ୍ତି ଖୋଜୁଛି ଭିଜିଲାନ୍ସ। ଆକଳନ ଶେଷ ହୋଇ ନ ଥିବାରୁ ଆହୁରି ସମ୍ପତ୍ତି ମିଳିବ ବୋଲି ଅନୁମାନ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୧୦ ଇନ୍ସପେକ୍ଟର, ୩ ଡିଏସପି ଓ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ତେବେ ଭିଜିଲାନ୍ସ ପକ୍ଷରୁ ବାବୁଲିଙ୍କର ଭୁବନେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ତାଙ୍କର ରଘୁନାଥପୁର ପୈତୃକ ଘର, କଳାରାହାଙ୍ଗ ଅଫିସ, ଆଶିର୍ବାଦ ପ୍ଲାଜା ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା ବିଲଡିଂ, ରଘୁନାଥପୁରରେ ଥିବା ଆଜବେଷ୍ଟସ ଘର ଆଦିରେ ଚଢ଼ାଉ ହୋଇଥିଲା ।

Comments are closed, but trackbacks and pingbacks are open.