ବଢିବ ତାତି!

44

ପଶ୍ଚିମାଝଡ଼ ପ୍ରଭାବରେ ଶନିବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱରର ତଳିଆ ଏବଂ ବସ୍ତି ଅଞ୍ଚଳର କିଛି ଘରେ ବର୍ଷା ପାଣି ପଶିଛି । ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି । ମାର୍ଚ୍ଚ ୧୫ରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ପଶ୍ଚିମାଝଡ଼ର ପ୍ରଭାବ ଲାଗି ରହିବା ହେତୁ ତାପମାତ୍ରା ହ୍ରାସ ପାଇଥିଲା ।

ମେଘୁଆ ପାଗ ରହୁଥିଲା; କିନ୍ତୁ ପଶ୍ଚିମାଝଡ଼ ପ୍ରଭାବ ପ୍ରତ୍ୟାହୃତ ହୋଇଥିବାରୁ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ଦିନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଶନିବାର ସକାଳୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା, ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ।

Comments are closed, but trackbacks and pingbacks are open.