ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଙ୍କର ଚିଠି ଭାଇରାଲ : ରହିଛି ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ବାର୍ତ୍ତା

18

ଗତ ବୁଧୁବାର ଦିନ ତାମିଲନାଡୁ ର କୁନ୍ନୁର ଠାରେ ଭାରତୀୟ ବାୟୁସେନାର ଏକ IAF ଚପର ଦୁର୍ଘଟଣାଗ୍ରସ୍ତ ହୋଇ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଥିଲେ । ତେବେ ଏହି ଦୁର୍ଘଟଣାରେ କେବଳ ସୌଭାଗ୍ୟ କ୍ରମେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଇ ବର୍ତ୍ତମାନ କ୍ୟାପଟେନ ବରୁଣ ସିଂ ଙ୍କର ଏକ ଚିଠି ମିଡିଆରେ ଭାଇରାଲ ହେଉଛି ଇ ଯେଉଁଥିରେ କି ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ବାର୍ତ୍ତା ରହିଛି I

ଗ୍ରୁପ୍ କ୍ୟାପଟେନ ତାଙ୍କ ଚିଠିରେ ପ୍ରଥମେ ସେ ନିଜ ବିଷୟରେ ଲେଖିଛନ୍ତି, ‘ମୁଁ ଜଣେ ସାଧାରଣ ଛାତ୍ର, ଯିଏ ଦ୍ୱାଦଶ ଶ୍ରେଣୀରେ ପ୍ରଥମ ଡିଭିଜନ୍ ମାର୍କ ପାଇନଥିଲା। ଦ୍ୱାଦଶ ଶ୍ରେଣୀରେ ମୁଁ ବହୁତ ଶୃଙ୍ଖଳିତ ଥିଲି | ପିଲାଦିନରୁ ମୋର ବିମାନ ଏବଂ ବିମାନ ଚଳାଚଳ ପ୍ରତି ଆଗ୍ରହ ଥିଲା I ଆଜି ମୁଁ ମୋ କ୍ୟାରିୟରର ଏକ କଠିନ ପର୍ଯ୍ୟାୟରେ ପହଞ୍ଚିଛି I

ତାଙ୍କର ଅଦମ୍ୟ ସାହସିକତା ପାଇଁ ଚଳିତ ବର୍ଷ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରାପ୍ତ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଏହି ଚିଠିରେ ଲେଖିଛନ୍ତି, ଅଧ୍ୟୟନରେ ମଧ୍ୟସ୍ଥି ହେବା ଠିକ୍ ଅଟେ I ସମସ୍ତେ ବିଦ୍ୟାଳୟରେ ନିଜର ଉତ୍କର୍ଷତା ଦେଇ ପାରିବେ ନାହିଁ ଏବଂ ସମସ୍ତେ 90% ସ୍କୋର କରିପାରିବେ ନାହିଁ I ଯଦି ତୁମେ ଏହି ସଫଳତା ପାଇବ ତେବେ ଏହା ଏକ ଭଲ କଥା ଏବଂ ଏହାକୁ ମଧ୍ୟ ପ୍ରଶଂସା କରାଯିବା ଉଚିତ I କିନ୍ତୁ ଯଦିଓ ଏହିଭଳି ନ ହେଉଛି , ତେବେ ଆପଣ ମଧ୍ୟମ ଧରଣର ଅର୍ଥାତ ପାଠପଢ଼ାରେ ନିଜକୁ ନ୍ୟୁନ ବୋଲି ଭାବନ୍ତୁ ନାହିଁ I କାରଣ ବିଦ୍ୟାଳୟରେ ମଧ୍ୟମ ହେବା ବା ନ୍ୟୁନ ହେବା ଜୀବନରେ ଆସୁଥିବା ପ୍ରତିଟି ସମସ୍ୟା ଗୁଡ଼ିକର ସାମ୍ନା କରିବା ପାଇଁ ଏକ ମାପକାଠି ନୁହେଁ ଇନିଜର କ୍ୟାରିଅର ଗଢିବା ପାଇଁ ତୁମେ ସବୁବେଳେ ଅନ୍ୟ ଇସାରାରେ ନ ଚାଲି ପ୍ରଥମେ ନିଜ ଭିତରର ଆୱାଜ ବା ଅନ୍ତଃସ୍ୱର ଶୁଣ ଇତୁମେ କେଉଁ ବିଷୟରେ ପଢାପଢିରେ ଆଗେଇଲେ ନିଜକୁ ସହଜ ମାନେ କରିପାରିବ I- ‘ତୁମର ଭିତରର ସ୍ୱର ଶୁଣ I ଏହା କଳା, ସଙ୍ଗୀତ, ଗ୍ରାଫିକ୍ ଡିଜାଇନ୍, ସାହିତ୍ୟ ହୋଇପାରେ I କିନ୍ତୁ ତୁମେ ଯେଉଁ ବିଷୟରେ ଏପଢିବାକୁ ଚାହୁଁଚ ,ସେଥିରେ , ନିଜକୁ ନିଜକୁ ଉତ୍ସର୍ଗ କର I ତୁମର ସର୍ବୋତ୍ତମ ଦିଅ Iକେବେ ମଧ୍ୟ ମୁ ଆଉ ଟିକିଏ ଅଧିକ ଚେଷ୍ଟା କରିଥିଲେ ଭଲ ହେଇପାରିଥାନ୍ତା ବୋଲି ଭାବିଦେଇ ଶୋଇବାକୁ ଯାଆନ୍ତୁ ନାହିଁ I

ଅଧୟନ ସମୟରେ ‘କେବେ ଆଶା ଛାଡ ନାହିଁ I କଦାପି ଭାବ ନାହିଁ ଯେ ତୁମେ ଯାହା ହେବାକୁ ଚାହୁଁଛ ସେଥିରେ ତୁମେ ଭଲ କରିବାକୁ ସକ୍ଷମ ହେବ ନାହିଁ କିମ୍ବା ସଫଳତା ଏତେ ସହଜ ରେ ଆସିବ ନାହିଁ I ଏଥିପାଇଁ ତୁମକୁ କଠିନ ପରିଶ୍ରମ କରିବାକୁ ପଡିବ, ପ୍ରୟାସ କରିବାକୁ ପଡିବ I ଅଯଥା ସମୟ ଏବଂ ଆରାମକୁ ବଳି ଦେବାକୁ ପଡିବ I ତେବେ ଯାଇ ସଫଳତାର ଶୀର୍ଷକୁ ଛୁଇଁ ପାରିବ I.

Leave A Reply

Your email address will not be published.