ଓଡ଼ିଆ ଅସ୍ମିତାର ସୁରକ୍ଷାରେ ବରପୁତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି: ମୁଖ୍ୟମନ୍ତ୍ରୀ

236

ଭୁବନେଶ୍ୱର: ଦେଶର ସ୍ବାଧୀନତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓ ଓଡ଼ିଆ ଅସ୍ମିତାର ସୁରକ୍ଷାରେ ଆମର ଏହି ବରପୁତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।ରାଜ୍ୟର ନୂଆ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କାର୍ୟ୍ୟକ୍ରମ ଗ୍ରହଣ କରୁଛନ୍ତି ଓ କରି ଚାଲିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି  କହିଛନ୍ତି । ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିର ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମ୍ୟୁଜିୟମ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍‌. ଆମ୍ବେଦକର ଏବଂ ୧୨୦ ବାଟାଲିୟନ ଛକରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବରପୁତ୍ରମାନଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ବିଧାୟକବିଧାୟିକାମାନେ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.