ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଆଇଆଇଟିଟିଏମ୍ ପକ୍ଷରୁ ସମ୍ବର୍ଦ୍ଧନା

26

କରିଥିବା ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଆଇଆଇଟିଟିଏମ୍‌ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟ ଥିବା ପ୍ରଫେସର ମିଶ୍ର ସୋଆର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି ।
ପୂର୍ବରୁ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଥିବା ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରିବା ପାଇଁ ସମସ୍ତ ଫ୍ୟାକଲ୍ଟି, କର୍ମକର୍ତା ଓ ଛାତ୍ରଛାତ୍ରୀଙ୍କ ସମେତ ନୋଡାଲ୍ ଅଫିସର ଡକ୍ଟର ଏସ୍‌. ହୁସେନ୍ ଏକତ୍ରିତ ହୋଇଥିଲେ ।

ଏହି ଅବସରରେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଶ୍ରୀ ବିଷ୍ଣୁମୋହନ ପଣ୍ଡାଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ଦିଗକୁ ନେଇ ରଚିତ ଏକ ପୁସ୍ତକମାଳାକୁ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଚିଫ୍ ବ୍ୟାଙ୍କ ଅଫିସର ଶ୍ରୀ ତପନ କୁମାର ନାଥ ମଧ୍ୟ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।
ରାଜ୍ୟସ୍ତରୀୟ ଇକୋ ଟୁରିଷ୍ଟ ଗାଇଡ୍ ଟ୍ରେନିଂ ପ୍ରୋଗ୍ରାମ୍ ନିମନ୍ତେ ଆରମ୍ଭ ହୋଇଥିବା ୩ ମାସିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ପ୍ରଫେସର ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା ।

Comments are closed, but trackbacks and pingbacks are open.