ଶିମିଳିପାଳରେ ମହାବଳ ଶିକାର

23

ବାରିପଦା : ଦିନକୁ ଦିନ ବନ୍ୟ ଜନ୍ତୁମାନଙ୍କ ଶିକାର ବଢିବାରେ  ଲାଗିଛି । ନିକଟରେ  ଶିକାରୀମାନେ ଶିମିଳିପାଳରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ଏହାକୁ ବନ କର୍ମଚାରୀ ପୋଡି ଦେଇଥିଲେ  । ଏବେ ଆଉ ଏକ ସାଂଘାତିକ ଘଟଣା ସାମନାକୁ ଆସିଛି । ଶିମିଳିପାଳରୁ ଏକ ମହାବଳ ବାଘର ଚମଡା ଜବତ ହୋଇଛି । ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ  ଧରା ପଡି ଯାଇଛନ୍ତି ଶିକାରୀ  । ଏସ୍‌ଟିଏଫ୍‌ ଜଣେ ଶିକାରୀକୁ ଧରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।  ସୂଚନା ଅନୁସାରେ ବାରିପଦା ଉଦଳା ରାସ୍ତାର ଶ୍ରୀଦାମଚନ୍ଦ୍ରପୁରଠାରେ  ଆଜି ସକାଳେ ୩ ଜଣ ବାଘ ଛାଲ ବିକ୍ରି  ପାଇଁ ଉଦ୍ୟମ କରୁଥିବା ଏସଟିଏଫ ଖବର ପାଇଥିଲା । ଏହାପରେ ଏସଟିଏଫ ଟିମ୍‌ ଗରାଖ ସାଜି ସେଠାରେ ପହଂଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ । ୫ ଲକ୍ଷରେ  ଡିଲ୍‌  ଫାଇନାଲ ହୋଇଥିଲା ।  ଏହାପରେ ହଠାତ୍‌ ଏସ୍‌ଟିଏଫ୍‌ ଟିମ୍‌  ଚଢ଼ାଉ କରି ଜଣେ ଶିକାରୀକୁ ମାଡି ବସିଥିବା ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଛନ୍ତି  । ଗିରଫ ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଛି  । ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡିଥିବା ବେଳେ ତାହାର ଶରୀର କୁଆଡ ଗଲା ସେ ନେଇ ତନାଘନା ଆରମ୍ଭ ହୋଇଛି ।

Comments are closed, but trackbacks and pingbacks are open.