ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଦ୍ୱାରା ସ୍ନାତକ ଶ୍ରେଣୀର ଗଣିତ ପୁସ୍ତକ ଉନ୍ମୋଚିତ

302

ଭୁବନେଶ୍ଵର: ନୂତନ ଶିକ୍ଷାନୀତି ଅନୁସାରେ ପ୍ରସ୍ତୁତ ସ୍ନାତକ ଶ୍ରେଣୀ ଗଣିତ ସମ୍ମାନର ପାଠ୍ୟ ପୁସ୍ତକ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ପ୍ରଥମ ବର୍ଷ ଦ୍ଵିତୀୟ ସେମିଷ୍ଟାର ଗଣିତ ସମ୍ମାନର କୋର ୩ “ରିଅଲ ଆନାଲିସିସ” ଏବଂ କୋର ୪” ଆଲଜେବ୍ରା “ସହିତ ଏମ ଡି ସି” ଲିନୀଏର ପ୍ରୋଗ୍ରାମୀଙ୍ଗ” ପୁସ୍ତକର ଉନ୍ମୋଚନ କରାଯାଇଛି। ପି ଏନ କଲେଜର ଗଣିତ ବିଭାଗର ରିଡର ଡ଼ କ୍ରିଷ୍ଣା ମଞ୍ଜରୀ ସାହୁ ଏବଂ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣାର ଗଣିତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରଦୀପ କୁମାର ପ୍ରଧାନ କୋର ୩ ଏବଂ ଏମ ଡି ସି ପୁସ୍ତକର ରଚନା କରିଥିବାବେଳେ ପ୍ରଫେସର ରଜନୀ ବଲ୍ଲଭ ଦାସ ଏବଂ ଅଧ୍ୟାପକ ସଂଜିତ କୁମାର କୋର ୪ ରଚନା କରିଛନ୍ତି। ଗତ ନଭେମ୍ବର ମାସରେ ନୂତନ ଶିକ୍ଷା ନୀତି ଲାଗୁ ହେବା ପରେ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ଓ ଭବିଷ୍ୟତକୁ ପ୍ରାଧାନ୍ୟ ଦେଇ ଏତେ କମ ସମୟ ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ଉଚ୍ଚ କୋଟିର ପାଠ୍ୟ ପୁସ୍ତକ କରିବା କୁ ଶିକ୍ଷାବିତ ମାନେ ପ୍ରଶଂସା କରିଛନ୍ତି। ଏହି ପୁସ୍ତକ ଦ୍ୱାରା ଓଡିଶା ର ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଗଣିତ ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ମାନ୍ୟବର ଶିକ୍ଷା ମନ୍ତ୍ରୀ ମତ ଦେବା ସହ ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲେଖକ ମାନଙ୍କ ସହିତ ପୁସ୍ତକ ପ୍ରସ୍ତୁତକାରୀ ସଂସ୍ଥା ଭି କେ ପବ୍ଲିକେସନକୁ ଭୁୟସୀ ପ୍ରଶଂସା କରିଛନ୍ତି। ସହଜ ଓ ସରଳ ସହ ସଂପୂର୍ଣ୍ଣ ବ୍ୟାଖ୍ୟା ପାଇଁ ବହୁ କମ ସମୟ ମଧ୍ୟରେ ପୁସ୍ତକ ଗୁଡିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ଦ୍ୱାରା ଆଦୃତ ହୋଇପାରୁଛି। ଲେଖକ ମାନଙ୍କର ଏହି ଭଳି ପ୍ରୟାସ ଜାରି ରହିଲେ କେବଳ ଓଡିଶା ନୁହେଁ ସାରା ଭାରତର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମାନ୍ୟବର ମନ୍ତ୍ରୀ ମତ ଦେଇଛନ୍ତି।

Comments are closed, but trackbacks and pingbacks are open.