ଭୁବନେଶ୍ୱର: ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛି ମିଲର୍ସ ସଂଘ। ଆଜି ଠାରୁ ଧାନ ମଣ୍ଡିରୁ ଧାନ ଉଠାଣ ସ୍ବାଭାବିକ ହେବ। ଏନେଇ ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୧୫ ଦିନ ଭିତରେ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଆମେ ଏବେ ଆନ୍ଦୋଳରୁ ଓହିରିଛୁ। ୧୫ ଦିନ ଭିତରେ ଦାବି ପୂରଣ ନ ହେଲେ ବୈଠକ କରି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି। ଆମର ଆଶା ସରକାର ଦାବି ପୂରଣ କରିବେ। ୭ ଦିନ ଭିତରେ ବକେୟା ଟଙ୍କା ଦେବା ନେଇ ଚିଠି କରିଛନ୍ତି ବୋଲି ମିଲର୍ସ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି। ବୁଧବାର ଧାନ ଉଠାଣ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ।ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର।
Comments are closed, but trackbacks and pingbacks are open.