‘ଫିଟ୍‍ ଫର୍‍ ଲାଇଫ୍‍’ ପାଇଁ ଓଡ଼ିଶା ସରକାର, ୟୁନେସ୍କୋ ଓ କିସ୍‍ ତ୍ରିପାକ୍ଷିକ ବୁଝାମଣା

31

ଭୁବନେଶ୍ୱର, ୨୪ ।୨: ୟୁନେସ୍କୋର ‘ଫିଟ୍‍ ଫର୍‍ ଲାଇଫ୍‍’ କାର୍ଯ୍ୟକ୍ରମ ନିମନ୍ତେ ୟୁନେସ୍କୋ, କିସ୍‍ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ଗୁରୁବାର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଆର୍‍ ଭିନିଲ୍‍ କ୍ରିଷ୍ଣା ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ସାମାଜିକ ଓ ମାନବିକ ବିଜ୍ଞାନ ବିଭାଗ ମୁଖ୍ୟ ଅନସଙ୍ଗ କିମ୍‍, କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିଲେ । ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ କିସ୍‍ ମିଳିତ ସହଯୋଗ କ୍ରମେ ୟୁନେସ୍କୋ ଏହି କାର୍ଯ୍ୟକ୍ରମ ଜାରି ରଖିବ । ଶାରୀରୀକ ନିଷ୍କ୍ରିୟତା, ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଅସମାନତା ଆଦି ଚାଲେଞ୍ଜର ମୁକାବିଲା ମାଧ୍ୟମରେଏକ ଶାନ୍ତିପୂର୍ଣ୍ଣ ସମାବେଶୀ ଓ ଚଳଚଞ୍ଚଳ ସମାଜ ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଶ୍ରୀ କ୍ରି୩⁄୪ନ୍‍ କହିଥିଲେ ଯେ ମୁଖ୍ୟ ନବୀନ ପଟନାୟକ ଙ୍କ ଦୃଷ୍ଟିକୋଣ ଯୁବଗୋଷ୍ଠୀ ପାଇଁ କ୍ରୀଡା,ଭବିଷ୍ୟତ ପାଇଁ ଯୁବଗୋଷ୍ଠୀକୁ ଲକ୍ଷ୍ୟରେ ରଖି କ୍ରୀଡା ଓ ଯୁବସେବା ବିଭାଗ କାର୍ଯ୍ୟ କରୁଛି । ସେଥିପାଇଁ ଆମର ଯେଉଁ ପ୍ରମୁଖ ପ୍ରୟାସ ରହିଛି ସେଥିମଧ୍ୟରୁ ଶାରିରୀକ ଓ ମାନସିକ ଫିଟ୍‍ନେସ୍‍କୁ ପ୍ରୋତ୍ସାହନ ହେଉଛି ଅନ୍ୟତମ ବୋଲି ସେ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ୟୁନେସ୍କୋ ଓଡ଼ିଶା ସରକାର ଓ କିସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇ ଏହି ବୁଝାମଣା କରିଛି । ଅନ୍ୟମାନଙ୍କ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ସାମାଜିକ ଓ ମାନବିକ ବିଜ୍ଞାନ ବିଭାଗ ପ୍ରୋଗ୍ରାମ୍‍ ଅଫିସର ଐଶ୍ୱର୍ଯ୍ୟା ସେହଗଲ, କିସ୍‍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.